ଦେଶପାଣିପାଗମୁଖ୍ୟ ଖବର

ନେପାଳ ପରେ ଭୂକମ୍ପରେ ଥରିଲା ଭାରତର ୮ରାଜ୍ୟ

ନେପାଳ ପରେ ଭାରତରେ ଭୂକମ୍ପ । ପଡ଼ୋଶୀ ଦେଶ ନେପାଳରେ ଭୂମିକମ୍ପ ପରେ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ ଭାରତର ୮ଟି ରାଜ୍ୟ ରହିଛି । ଏହି ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଥିବାବେଳେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଧବାର ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂମିକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ପିଥୋରାଗଢ଼ରେ ନେପାଳ ସଂଲଗ୍ନ ସୀମାରେ ଥିଲା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ମଧ୍ୟ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ ହୋଇଥିଲା। ଏନେଇ ନାସନାଲ ସେଣ୍ଟର ଫର ସାଇସମୋଲୋଜୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ରାଜ୍ୟ ମଧ୍ୟରେ ରହିଛି ଦିଲ୍ଲୀ ସମେତ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ

Show More

Related Articles

Back to top button