ମନୋରଞ୍ଜନ

‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ କୁଇନ୍ ପାଦୁକୋନ୍ ପୁଣି ଟପରେ

ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ୍ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଅଭିନେତ୍ରୀ ଦୀପିକା ବିଶ୍ବର ଲୋକପ୍ରିୟତା ଆଧାରରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି

ଏହି ସୂଚୀରେ ପୁଣିଥରେ ଟପ୍ ରେ ପହଞ୍ଚିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ କାରଣ ଇଣ୍ଡଷ୍ଟ୍ରିରେ ଦୀପିକା ଏପର୍ଯ୍ୟନ୍ତ ସବୁଠାରୁ ଲୋକ ପ୍ରିୟ ଅଭିନେତ୍ରୀ ।ଦୀପିକା ଜଣେ ଅଭିନେତ୍ରୀ ରୂପରେ ନିଜର ଅଭିନୟକୁ ପ୍ରମାଣିତ କରିଛନ୍ତି । ତାଙ୍କର କୌଣସି ଫିଲ୍ମ କଥା ଯଦି କୁହାଯାଏ, ତେବେ ଦୀପିକା ସବୁବେଳେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯାହା ପାଇଁ ତାଙ୍କୁ ବଲିଉଡ୍ ରେ ‘ଦି ରେଇନିଙ୍ଗ୍ କୁଇନ୍’ ବୋଲି କୁହାଯାଏ ।

ଗତ ୧୩ ବର୍ଷ ମଧ୍ୟରେ ଦୀପିକା ଦର୍ଶକଙ୍କ ସହ ଯେଉଁଭଳି ଭାବରେ ନିଜର ସଂପର୍କ ଗଢ଼ିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏକ ବିଶ୍ଵସ୍ତରୀୟ ତାରକା ଭାବରେ ପରିଚୟ ସୃଷ୍ଟି କରିବା ସହ, ସେ ଦେଶରେ ମଧ୍ୟ ଘରେ ଘରେ ପରିଚିତ ।୨୦୨୦ରେ ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଯେଉଁଥିରେ ପ୍ରଭାସଙ୍କ ସହ ନାଗ୍ ଅଶ୍ବିନ୍ଙ୍କ ଆଗାମୀ ଫିଲ୍ମ, ଯାହା ପ୍ୟାନ୍ ଇଣ୍ଡିଆ ରିଲିଜ୍ ହେବ ଏବଂ ଫିଲ୍ମ ‘ଦ ଇଟର୍ଣ୍ଣ’ ସାମିଲ ଅଛି । ଏଥିସହିତ ନିକଟରେ ଅଭିନେତ୍ରୀ ହ୍ରିତିକ ରୋଶନଙ୍କ ସହିତ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଫାଇଟର’ର ଘୋଷଣା ମଧ୍ୟ କରିଛନ୍ତି ।

Show More

Related Articles

Back to top button