Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଭାରତ ସ୍ୱାଧୀନତା ଆନ୍ଦୋଳନର ମହାନ ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ଅବସରରେ ମନେପକାଉଛି ଦେଶ

ଭାରତର ସ୍ଵାଧୀନତା ପାଇଁ ବଳିଦାନ ଦେଇଥିଲେ, ଅନେକ ଜନନାୟକ। ଯାହାଙ୍କ ବଳିଦାନ ଓ ଅଦମ୍ୟ ସାହସ ପାଇଁ ଆଜି ଆମେ ସ୍ୱାଧୀନ। ଆଜି ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ।ସେହି ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅନେକ ସଂଗ୍ରାମୀ ଚିରସ୍ମରଣୀୟ ଓ ଚିରଣମସ୍ୟ।

ଭାରତର ସ୍ଵାଧୀନତା ପାଇଁ ବଳିଦାନ ଦେଇଥିଲେ, ଅନେକ ଜନନାୟକ। ଯାହାଙ୍କ ବଳିଦାନ ଓ ଅଦମ୍ୟ ସାହସ ପାଇଁ ଆଜି ଆମେ ସ୍ୱାଧୀନ। ଆଜି ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ।ସେହି ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅନେକ ସଂଗ୍ରାମୀ ଚିରସ୍ମରଣୀୟ ଓ ଚିରଣମସ୍ୟ। ତାଙ୍କ ଧର‌୍ୟ୍ୟ ପାଇଁ ଭାରତକୁ ମିଳିଥିଲା ସ୍ଵାଧୀନତା। ତାଙ୍କ ନିଷ୍ଠାପର ପାଇଁ ଦୀର୍ଘ ଦିନର ଲଢେଇ ଲଢ଼ିଥିଲା ଭାରତ। ତାଙ୍କ ସାହସିକତାକୁ ଦେଖି ଡରୁଥିଲେ ଇଂରେଜ। ମତେ ରକ୍ତ ଦିଅ, ମୁଁ ସ୍ଵାଧୀନତା ଦେବି ନାରାରେ ଆନ୍ଦୋଳିତ ହୋଇଥିଲା ହୋଇଥିଲା ପୁରା ଭାରତ। ସ୍ଵାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ। ୧୮୯୭ ମସିହା, ଜାନୁୟାରୀ ୨୩ରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ଵ।

ଓଡ଼ିଶାର କଟକ ଜିଲାରେ ତାଙ୍କର ଜନ୍ମ। ପିତା ଜାନକୀନାଥ ବୋଷ ଜଣେ ସୁନାମଧନ୍ୟ ଓକିଲ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ। କଲିକତାର ପ୍ରେସିଡ଼େନସି କଲେଜରୁ ସେ ବି.ଏ ପାସ କରିଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ନୀତିରେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ଭାରତୀୟ ବେସାମରିକ ସେବାରୁ ପଦବୀରୁ ଇସ୍ତଫା ଦେଇଥିଲେ।

୧୯୨୨ରେ ସ୍ୱରାଜ ପାର୍ଟିର ଗଠନ କରିଥିଲେ ନେତାଜୀ। ତାଙ୍କର ଆହ୍ୱାନ ‘ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ସମଗ୍ର ଭାରତକୁ ସ୍ଵାଧୀନତା ସଂଗ୍ରାମ ବିରୋଧରେ ଆନ୍ଦୋଳିତ କରିଥିଲା। ସ୍ୱାଧୀନତା ପାଇଁ ‘ଆଜାନ୍ଦ ହିନ୍ଦ ଫୌଜ’ ଗଠନ କରିଥିଲେ ନେତାଜୀ । ଏହି ଆଜାଦ ହିନ୍ଦ ଫୌଜ ଇଂରେଜଙ୍କ ସହ ଯୁଦ୍ଧ କରି ଅନେକ ଅଞ୍ଚଳକୁ ମୁକ୍ତ କରିଥିଲେ ।

Show More

Related Articles

Back to top button