ଓଡ଼ିଶାଖେଳ

ଆଇପିଏଲ ଖେଳରେ ଓଡ଼ିଆ ପୁଅ

ବିସିସିଆଇକୁ ୬ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିପାରେ ଓଡିଆ ଖେଳାଳିଙ୍କ ପତିଆରା । ଚମକିବେ ଓଡ଼ିଆ ଖେଳାଳି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ମନୋନୀତ ହୋଇଛନ୍ତି।ଏହି ୬ଜଣ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା । ଏହି ୬ ଖେଳାଳିଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ।

ଏନେଇ ଓସିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ୬ ଜଣଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆସନ୍ତା ଆଇ ପି ଏଲ୍ ରେ କିଛି ଓଡ଼ିଆ ଖେଳାଳି ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଏହି ଖେଳାଳିମାନେ ପ୍ରଥମେ ଆଇପିଏଲ ନିଲାମ ପୂର୍ବରୁ ହେଉଥିବା ଟ୍ରାଏଲରେ ଭାଗ ନେବେ ବୋଲି କୁହାଯାଉଛି । ଟ୍ରାଏଲରେ ଭଲ କଲେ ଵିସିସିଆଇ ସେମାନଙ୍କ ନାଁ ନିଲାମ ତାଲିକାରେ ପ୍ରକାଶ କରିପାରେ ।

Show More

Related Articles

Back to top button