ରାଜନୀତି

ପଶ୍ଚିମବଙ୍ଗରେ ସମୟ ପୂର୍ବରୁ ହେବ ବିଧାନସଭା ନିର୍ବାଚନ !

ବୋର୍ଡ ପରୀକ୍ଷା ପାଇଁ ନିଆଯାଇପାରେ ନିଷ୍ପତ୍ତି

କୋଲକାତାରେ ୨୦ରୁ ୨୫ ଦିନ ପୂର୍ବରୁ ବିଧାନସଭା ନିର୍ବାଚନ ହୋଇପାରେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନଜରର ରଖି ଏପରି କରାଯାଇପାରେ । ପରୀକ୍ଷାରେ ଯେପରି ସମସ୍ୟା ନ ଉପୁଜେ ତାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଆୟୋଗ ତାରିଖ ଘୋଷଣା କରିପାରନ୍ତି । ମେ ୫ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇପାରେ ।

ବର୍ତ୍ତମାନ ସରକାରର କାର୍ଯ୍ୟକାଳ ମେ ୩୦ ଯାଏଁ ରହିଛି ।ରାଜ୍ୟ ଶିକ୍ଷା ବିଭାଗର କହିବାନୁସାରେ, ଦଶମ ଓ ଦ୍ୱାଦଶ ପରୀକ୍ଷା ମେ ୪ରୁ ଜୁନ ୧୦ ଯାଏଁ ଅନୁଷ୍ଠିତ ହେବ । ତେବେ ସିବିଏସଇ ଏବେସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିନାହିଁ ।ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରାଙ୍କ ସହ ସୁଶୀଲ ଚନ୍ଦ୍ରା ଓ ରାଜୀବ କୁମାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହାସହ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀ ସନ୍ଦୀପ ଜୈନଙ୍କ ସହ ଆଲୋଚନା କରିଥିଲେ ।ସୂତ୍ରାନୁସାରେ, ରାଜ୍ୟରେ ୭ରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୨୦୧୬ରେ ୬ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା।

Show More

Related Articles

Back to top button