ବିଭିନ୍ନ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି ।ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ଝାରସୁଗୁଡ଼ା ୮.୬ ଡିଗ୍ରୀ, ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ ସେଲସିୟରେ ପହଞ୍ଚିଛି । ସେହିପରି କଟକରେ ପାରଦ ୧୩.୫ ଡିଗ୍ରୀ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିଥିବା ରେକର୍ଡ ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର ଶୀତ ପ୍ରକୋପ କମିଯିବ । ପରେ ୩-୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ଶୁକ୍ରବାରଠୁ ପୁଣି ଦିନ ତାପମାତ୍ରା ବଢ଼ିବା ଆରମ୍ଭ କରିଥିବା ଜଣାପଡିଛି ।