ଦେଶ ବିଦେଶସ୍ୱାସ୍ଥ୍ୟ

ସାବଧାନ ! ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ପରାମର୍ଶ , ଅଳ୍ପ ରନ୍ଧା ଚିକେନ୍ ଏବଂ ଅଣ୍ଡା ଖାଇବା ଠାରୁ ଦୂରେଇ ରୁହନ୍ତୁ

ସାରା ଦେଶରେ ବାର୍ଡ଼ ଫ୍ଲୁ ବ୍ୟାପୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ତାର ମହତ୍ୱ (FSSAI ) କୁ ଦେଖି ଗୁରୁବାର ଦିନ ଗୋଟିଏ ସୂଚନା ଜାରି କରିଛନ୍ତି l FSSAI ଜନସାଧାରଣ ମାନଙ୍କୁ ବାର୍ଡ଼ ଫ୍ଲୁ ସମୟରେ ଅଧା ସିଝା ଅଣ୍ଡା ଓ ଅଧା ରନ୍ଧା ହୋଇଥିବା ଚିକେନ ନଖାଇବାକୁ କହିଛନ୍ତି

ଏହା ବ୍ୟତୀତ କୁକୁଡ଼ା ମାଂସକୁ ଠିକ ଭାବରେ ରାନ୍ଧି ଓ ଖୋଲା ଜାଗାରେ ନରଖିବା ପାଇଁ ପରାମର୍ଶ ଦେଇଛନ୍ତି l FSSAI ମଧ୍ୟ ଉପଭୋକ୍ତା ମାନଙ୍କୁ ଓ କୁକୁଡ଼ା ମାଂସ ବ୍ୟବସାଇ ମାନଙ୍କୁ ଭୟ ନକରିବା ପାଇଁ କହିଛନ୍ତି ଲ ବର୍ତମାନ ଆମେ ସମସ୍ତେ ଜାଣିଛେଯେ ସାରା ଦେଶରେ ପାଖାପାଖି ୧୦ଟି ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ହୋଇଥିବାର ସୂଚନା ଦିଆଯାଇଛି ଓ ଦିଲ୍ଲୀ ସହିତ ଅନ୍ୟ ରାଜ୍ୟରେ ମଧ୍ୟ ଏହାର ସଂକେତ ମିଳିଛି lଜୀବଜନ୍ତୁ ମାନଙ୍କ ମଧ୍ୟରେ ବଢୁଥିବା ବାର୍ଡଫ୍ଲୁର ମାମଲା ଓ ଜନସାଧାରଣଙ୍କ ମନର ଭୟକୁ ଦେଖି ଭାରତୀୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ସୂଚନା ଜାରି କରିଛନ୍ତି l ଏଥିରେ ଲୋକମାନଙ୍କୁ ସୂଚିତ କରାଯାଇଛିଯେ ଭୟ ନକରି ସୂଚନାକୁ ପାଳନ କରନ୍ତୁ l ଏହା ବ୍ୟତୀତ ସୁନିଶ୍ଚିତ ହୁଅନ୍ତୁ ଯେ ଦାନ ଖାଉଥିବା ପକ୍ଷୀ ମାନଙ୍କର ମାଂସ ତଥା ଅଣ୍ଡା ଦିଆଯାଇଥିବା ସୂଚନା ଅନୁସାରେ ଖାଇବା ପାଇଁ ସୁରକ୍ଷିତ ଅଟେ l

ହରିୟାଣାର କୁକୁଡ଼ା ଫାର୍ମରେ ୨୦ ହଜାର କୁକୁଡ଼ାଙ୍କର ମୃତ୍ୟୁ :
ବାର୍ଡଫ୍ଲୁ ର ବିପଦ ମଧ୍ୟରେ ହରିୟାଣାରେ ହଜାର ହଜାର ପକ୍ଷୀଙ୍କର ମୃତ୍ୟୁ ହୋଇସାରିଛି l ଏଠାରେ ଥିବା ବିଭିନ୍ନ କୁକୁଡ଼ା ଫାର୍ମରେ ପାଖାପାଖି ୨୦ ହଜାର କୁକୁଡ଼ାଙ୍କର ମୃତ୍ୟୁର ମାମଲା ସାମ୍ନାକୁ ଆସିଛି ଲ କୁକୁଡ଼ା ଫର୍ମର ମାଲିକଙ୍କ ଦ୍ୱାରା ଏହି ସୂଚନା ଦିଆଯିବ ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି l ମାଲିକ ମାନେ କହିଛନ୍ତିଯେ ସରକାରଙ୍କ ସମ୍ବଧିତ ନିର୍ଦ୍ଧିଷ୍ଟ ବିଭାଗର ପର୍ଯ୍ୟବେକ୍ଷକ ଦଳ ଆସି ଦେଖି ଚାଲି ଯାଉଛନ୍ତି ଓ ପକ୍ଷୀ ମାନଙ୍କର ରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି l ଜଣେ କୁକୁଡ଼ା ଫାର୍ମର ମାଲିକ କହିଛନ୍ତି ଆମ ଫାର୍ମରେ ପାଖାପାଖି ୫୫ ହଜାର କୁକୁଡ଼ା ଥିଲେ ଯେଉଁଥିରୁ ୨୦ ହଜାର କୁକୁଡ଼ାଙ୍କର ମୃତ୍ୟୁ ହୋଇସାରିଛି l

Show More

Related Articles

Back to top button