Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏଥର ଶୀଘ୍ର ଆସିବ ମୌସୁମୀ

ନୂଆଦିଲ୍ଲୀ – ଏଥର ଶୀଘ୍ର ଅସହ୍ୟ ଗରମରୁ ମିଳିବ ମୁକ୍ତି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବ। ଏହାସହ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ନେଇ କୌଣସି ପୂର୍ବାନୁମାନ ଏଯାଏଁ କରାଯାଇ ନାହିଁ। ଏନେଇ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମାଟ୍ ଏନେଇ ସୂଚନା ଦେଇଛି।

ସୂଚନାନୁଯାୟୀ, ଆଇଓଡି ଓ ଲା ନୀନାର ସ୍ଥିତି କାରଣରୁ ଶୀଘ ମୌସୁମୀ ଆସିପାରେ। ଏହି ସମସ୍ତ ଘଟଣା ଦେଶରେ ମୌସୁମୀର ଆଧାର ମଧ୍ୟ ସୃଷ୍ଟି କରିଥାଏ। ଏକ ରିପୋର୍ଟ ଅନୁଯାୟୀ, ସାମାନ୍ୟ ସମୟ ପୂର୍ବରୁ ମୌସୁମୀ ଆସିପାରେ।
ଲା ନୀନା ଓ ଆଇଓଡି ଏକାସହ ଆସିବା ବିଶେଷ ଘଟଣା ବୋଲି କୁହାଯାଏ। ଅନୁମାନ କରାଯାଉଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଉପରେ ଏହା ଅନେକ ପ୍ରଭାବ ପକାଏ। କିଛି ପାଣିପାଗ ବିଭାଗ ଭାରତ ମହାସାଗରରେରେ ଉତ୍ତର ଆଇଓଡି ଚରଣର ସଙ୍କେତ ଦେଉଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button