Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ

ଭୁବନେଶ୍ୱର- ବର୍ଷା ଏବଂ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ଘଟିଛି। ଫଳରେ ଆଜି ରାଜ୍ୟର ୪ଟି ସହରରେ ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି। ଏହା ଏକ ସର୍ବକାଳୀନ ରେକର୍ଡ଼ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନୁଗୁଳ, ଟିଟିଲାଗଡ, ସମ୍ବଲପୁର , ହୀରାକୁଦ ଆଦି ସହର ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଛି।
ଆଜି ଟିଟିଲାଗଡରେ ୨୪ ଡିଗ୍ରୀ, ସମ୍ବଲପୁରରେ ୨୫.୭ ଡିଗ୍ରୀ, ହୀରାକୁଦରେ ୨୬.୧ ଓ ଅନୁଗୁଳରେ ୨୬.୭ ଡିଗ୍ରୀ ସେଲସିଅସ ଦିନ ତାପମାତ୍ରା ରହିଥିବା ଜଣାପଡିଛି।

Show More

Related Articles

Back to top button