ସ୍ୱାସ୍ଥ୍ୟ

ମୁଗ ଓ ମସୁର ଡ଼ାଲିରେ ରହିଛି ଅନେକ ହିତକାରୀ ଗୁଣ

ଆସନ୍ତୁ ପଢିବା ଓ ଜାଣିବା କଣ ସେସବୁ-

ଆମ ଶରୀର ପାଇଁ ପ୍ରୋଟିନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ,ଏହି ପ୍ରୋଟିନ ଆମକୁ ଦଳି ଖାଇବା ଦ୍ୱାରା ମିଳିଥାଏ l ଭାରତୀୟ ଖାଦ୍ୟ ଥାଳିରେ ଦଳି ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ଲାଗିଥାଏ l ଅଧିକାଂଶ ଘରେ ଖାଇବାରେ ପ୍ରତେକ ଦିନ ଦଳି ଓ ତରକାରୀ ଦୁଇଟିଯାକ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ l ସୀତା ଗରମ କିମ୍ବା ବର୍ଷା ଋତୁ ହେଉ ଭାରତୀୟ ମାନେ ପ୍ରତ୍ୱେକଟି ଋତୁରେ ଦଳି ଖାଇବାକୁ ପସନ୍ଦ କରନ୍ତି l ଏମିତିରେତ ସମସ୍ତ ଡାଲି ସ୍ୱାସ୍ଥ୍ୟ ପାଇଁ ହିତକର ,କିନ୍ତୁ କିଛି ଡାଲିକୁ ଯଦି ଆମେ ଋତୁ ଅନୁସାରେ ଖାଇବା ତେବେ ଏହା ଶରୀରକୁ ଅଧିକ ଲାଭ ଦେଇଥାଏ l ବର୍ଷା ଦିନେ ବିରି ଡାଲି ଖାଇବା ଉଚିତ ନୁହେଁ l ବିରି ଡାଲି ଆମ ଶରୀରର ଖାଦ୍ୟକୁ ହଜମ କରିବାକୁ ଦିଏ ନାହିଁ l ବର୍ଷା ଦିନେ ବିରି ଦଳି କମ ଖାଇବା ଉଚିତ l ଗରମ ଦିନରେ ଚଣା ଓ ମଟର ଅପେକ୍ଷା କୃତ ଅନ୍ୟଦିନ ଅପେକ୍ଷା କମ ଖାଇବା ଆବଶ୍ୟକ l କାରଣ ଏହା ଏକ ଗରିଷ୍ଠ ଶସ୍ୟ ହୋଇଥାଏ l

ଯେଉଁ ଲୋକ ମାନଙ୍କର ଗ୍ୟାସ ସମସ୍ୟା ରହୁଛି ସେମାନେ ରାତିରେ ହରଡ ଡାଲି ଖାଇବା ଉଚିତ ନୁହେଁ l କାରଣ ହରଡ ଡାଲି ରାତିରେ ଖାଇଲେ ପେଟରେ ଅମ୍ଳ ସୃଷ୍ଟି କରିଥାଏ l ମୁଗ ଓ ମସୁର ଦୁଇଟି ଏପରି ଡାଲି ଯାହାକୁ ଆପଣ ପ୍ରତ୍ୟକଟି ଋତୁରେ ଖାଇ ପାରିବେ l ମୁଗ ଓ ମସୁର ଦଡାଲି ପେଟର ପାଚନ ତନ୍ତ୍ରକୁ ସୁଦୃଢ କରିଥାଏ ,ତେଣୁ ଦେହ ଅସୁସ୍ଥ ଥିଲେ ଡାକ୍ତର ମୁଗ ଓ ମସୁର ଡାଲି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି l ଆୟୁର୍ବେଦରେ ମଧ୍ୟ ଏହି ଡାଲି ଶରୀର ପାଇଁ ହିତକର ବୋଲି କୁହାଯାଇଥାଏ l

ହାଇ ପ୍ରୋଟିନ ହୋଇଥିବା କାରଣରୁ ଡାଲିକୁ ହଜମ କରିବା ସହଜ ନୁହେଁ l ଏହି କାରଣରୁ ଦିନରେ ଡାଲି ଖାଇବାକୁ ପରାମର୍ଶ ଦିଆ ଯାଇଥାଏ l ପେଟର କୌଣସି ପ୍ରକାରର ଅସୁବିଧା ହେଲେ ମୁଗ ଓ ମସୁର ଡାଲି ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି l ଛୋଟ ପିଲାମାନଙ୍କର ବାନ୍ତି,ଝାଡା,ପେଟ ଯନ୍ତ୍ରଣା,ବଦହଜମି ସମସ୍ୟା ପାଇଁ ଡାକ୍ତର ମାନେ ଅନ୍ୟ ଡାଲି ଅପେକ୍ଷା ମୁଗ ଓ ମସୁର ଡାଲି ଖାଇବାକୁ ପରାମର୍ଶ ଦିଅନ୍ତି କାରଣ ଏହି ଡାଲି ଶୀଘ୍ର ହଜମ ହେବ ସହିତ ପେଟକୁ ସୁସ୍ଥ ରଖିଥାଏ l ଛୋଟ ପିଲା ମାନଙ୍କର ଖାଦ୍ୟରେ ପ୍ରୋଟିନର ଆବଶ୍ୟକତାକୁ ଏହି ଦୁଇଟି ଡାଲି ପୂର୍ଣ୍ଣ କରିଥାଏ l ଛୋଟ ପିଲାଙ୍କ ଭଳି ବୟସ୍କ ମାନଙ୍କର ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ଅଟେ ତେଣୁ ସେମାନଙ୍କୁ ମଧ୍ୟ ଏହି ଦୁଇଟି ଡାଲି ଖାଇବାକୁ ଦେବା ଆବଶ୍ୟକ l

ଯେଉଁ ଲୋକମାନେ ସପ୍ତାହରେ ଚାରିରୁ ପାଞ୍ଚଥର ମୁଗ ଓ ମସୁର ଡାଲି ଖାଉଛନ୍ତି ସେମାନେ ଅନେକ ପ୍ରକାର ରୋଗରୁ ମଧ୍ୟ ଦୁରେଇ ରହୁଛନ୍ତି l ଏହି ଦୁଇଟି ଡାଲିକୁ ମିଶାଇ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ ତାସାହିତ ମଧୁମେହରା ବିପଦ ମଧ୍ୟ କମ ହୋଇଥାଏ l ମୁଗ ମସୁର ଡାଲି କମ ଫ୍ୟାଟ ଯୁକ୍ତ ହୋଇଥିବାରୁ ହୃଦ ରୋଗୀ ମାନଙ୍କ ପାଇଁ ଗୋଟିଏ ସୁଷମ

ଖାଦ୍ୟ ହୋଇଥାଏ l ଏହି ଦୁଇଟି ଡାଲିରେ ଅଧିକ ମାତ୍ରାରେ ଫାଇବର ଥିବା ହେତୁ ଖରାପ କୋଲେଷ୍ଟ୍ରଲକୁ ଦୂର କରିଥାଏ ଓ ହୃତପିଣ୍ଡକୁ ସୁସ୍ଥ ରଖେ l ଏହି ଦୁଇଟି ଡାଲିର ଆଇରନ ଓ ଜିଙ୍କର ମାତ୍ର ଅଧିକ ଥିବା ହେତୁ ଶରୀରରେ ରକ୍ତ ହୀନତାକୁ ଦୂର କରେ l ତାସାହିତ ମାଂସପେଶୀକୁ ସୁଦୃଢ କରିଥାଏ l

Show More

Related Articles

Back to top button