ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଅଫିସରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।

ବୃଷ: ଅଫିସରେ ବାତାବରଣ ଅନୁକୂଳ ରହିବ। ବିଶେଷ ଦାୟିତ୍ବ ମିଳିପାରେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ ପରିସର ବଢ଼ାଇବେ।

ମିଥୁନ: ସ˚ଘର୍ଷର ଫଳ ସନ୍ତୋଷଜନକ ହେବ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ।

କର୍କଟ: ଦୂରଦୃଷ୍ଟି ସ˚ପନ୍ନ ହୋଇ ଜରୁରୀ କାମ ପୂରା କରିବା ପାଇଁ ଯୋଜନା କରି ନିଅନ୍ତୁ। ରଚନାତ୍ମକ କାମରେ ଲାଭ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସି˚ହ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କନ୍ୟା: ସାହସ ବଢ଼ିବ, ସମ୍ମାନ ମିଳିବ ଓ ଧନ ଆସିବ। ବନ୍ଧୁ ମିଳନର ଯୋଗ ରହିଛି। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ।

ତୁଳା: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। କୌଣସି କ˚ପାନିକୁ ସାକ୍ଷାତକାର ପାଇଁ ଯିବେ।

ଧନୁ: ସକାରାତ୍ମକ ରୁହନ୍ତୁ, କଷ୍ଟ କାମ ସହଜରେ କରିପାରିବେ। ଆୟର ନୂଆ ସ୍ରୋତ ସାମନାକୁ ଆସିବ। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିବ।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଭାଗୀଦାର କାରବାରରେ ଲାଭ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ।

କୁମ୍ଭ: ଅଫିସରେ ପରିବେଶ ବହୁତ ଭଲ ରହିବ। ନିଜ ବ୍ୟବହାର ବଳରେ ଲୋକଙ୍କ ମନ ଜିଣିନେବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ମୀନ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ବାପାଙ୍କର ଆଶୀର୍ବାଦ ନିଅନ୍ତୁ, ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟରେ ଉନ୍ନତି ହେବ।

Show More

Related Articles

Back to top button