ଓଡ଼ିଶାପାଣିପାଗ

ପୁଣି ସକ୍ରିୟ ହେବ ମୌସୁମି ,ଆସନ୍ତା ୫ ଓ ୬ ତାରିଖରୁ ବର୍ଷା ବୃଦ୍ଧି

ରାଜ୍ୟରେ ଗତ କିଛିଦିନ ଖରାଟିଆ ପାଗ ପରେ କାଲିଠାରୁ ସ୍ୱଳ୍ପବର୍ଷା ଆରମ୍ଭ ହୋଇଛି । ତେବେ ଆଗକୁ ପୁଣି ମୌସୁମି ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ବୃଦ୍ଧି ପାଇଥିବା ତାପମାତ୍ରା ହ୍ରାସ ପାଇବ । ଆସନ୍ତା ୫ ଓ ୬ ତାରିଖରେ ବୃଦ୍ଧି ପାଇବ ବର୍ଷା । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନନୁଯାୟୀ,ରାଜ୍ୟର ୨୩ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ହେବାର ସମ୍ଭାବନା ରହିଛି । ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଜପତି ପ୍ରଭୃତି ୨୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

 

Show More

Related Articles

Back to top button