Breaking PLUSମୁଖ୍ୟ ଖବରରାଜନୀତି

ଜଣେ ମହିଳାଙ୍କ ଆକ୍ରୋଶର ଶିକାର ହେଇଛନ୍ତି ପାର୍ଥ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଫସିଥିବା ପାର୍ଥ ଚାଟାର୍ଜୀ ଜଣେ ମହିଳାଙ୍କ ଆକ୍ରୋଶର ଶିକାର ହେଇଛନ୍ତି । ସ୍ୱାସ୍ଥ୍ୟ ଚେକଅପ୍ ପାଇଁ କୋଲକାତାର ଇଏସଆଇ ହସ୍ପିଟାଲ ଆସିଥିବା ସମୟରେ ସେଠାରେ ଉପସ୍ଥିତ ଜଣେ ମହିଳା ଚାଟାର୍ଜୀଙ୍କ ଉଫରକୁ ଚପଲ ଫିଙ୍ଗିଥିଲେ । କିନ୍ତୁ ତାଙ୍କ ଦେହରେ ଚପଲ ଟି ବାଜିନଥିଲା । ସୂଚନାଅନୁସାରେ, ଚାଟାର୍ଜୀ ଏବଂ ତାଙ୍କ ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଏସଏସସି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କରିଛି । ଆଜି ଇଡି ଟିମ୍ ଚାଟାର୍ଜୀଙ୍କୁ ମେଡିକାଲ ଚେକଅପ୍ ପାଇଁ ହସ୍ପିଟାଲ ଆଣିଥିଲେ, ସେଠାରେ ଉପସ୍ଥିତ ଜଣେ ମହିଳା ପାର୍ଥଙ୍କୁ ଦେଖି ରାଗି ଯାଇଥିଲେ ଏବଂ ନିଜ ଚପଲ କାଢ଼ି ତାଙ୍କ ଉପରକୁ ପକାଇଥିଲେ । ଏଥିସହିତ ଜୋରରେ ପାଟି କରି କହିଥିଲେ ଏ ନେତା ସାଧାରଣ ଗରିବ ଲୋକଙ୍କ ଧନ ଲୁଟୁଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମୁଁ ଏପରି ଦୁର୍ନୀତି ନେତା ଉପରକୁ ଚପଲ ଫୋପାଡିବାକୁ ଆସିଥିଲି । ସେ ଗରିବଙ୍କ ପଇସା ଲୁଟିଛି । ମୁଁ ଖୁସି ହୋଇଥାନ୍ତି ଯଦି ଚପଲ ତାଙ୍କ ମୁଣ୍ଡରେ ବାଜିଥାନ୍ତା । ମମତା ସରକାରର ପ୍ରମୁଖ ମନ୍ତ୍ରୀ ରହିଥିବା ଚାଟାର୍ଜୀ ଏବଂ ତାଙ୍କ ସମ୍ପର୍କୀୟ ଅର୍ପିତାଙ୍କ ଠିକଣାରୁ କୋଟି କୋଟି ଟଙ୍କା ଏବଂ ସୁନା ଜବତ କରାଯାଇଛି । କିନ୍ତୁ ଏସବୁ ପଇସା ତାଙ୍କର ବୋଲି ପାର୍ଥ ମନା କରିଦେଇଛନ୍ତି । ଏଥିସହ ସେ କହିଥିଲେ ଯେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଉଛି । କିନ୍ତୁ ଅର୍ପିତା କହିଥିଲେ ଏସବୁ ପଇସା ପାର୍ଥଙ୍କର ବୋଲି । ସିବିଆଇ ଓ ଇଡି ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅଭିଯୁକ୍ତଙ୍କ ସହ ଜଡିତ ୧୭ଟି ସ୍ଥାନରେ ରେଡ୍ ମାରି ସାରିଲାଣି । ଏହି ସମୟରେ ୫୦ କୋଟିରୁ ଅଧିକ ଟଙ୍କା ଏବଂ ବିପୁଳ ମାତ୍ରାରେ ସୁନା ଜବତ କରିଛନ୍ତି ।

Show More

Related Articles

Back to top button