ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ସାମ୍ନାକୁ ଆସିଲା ନୂଆ ମଙ୍କିପକ୍ସ ମାମଲା,ସଂକ୍ରମଣ ସଂଖ୍ୟା ୭କୁ ବୃଦ୍ଧି

କରୋନା ପରେ ଦେଶରେ ଧୀରେଧୀରେ କାୟା ବିସ୍ତାର କରୁଛି ମଙ୍କିପକ୍ସ । ବର୍ତ୍ତମାନ କେରଳରେ ପୁଣି ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ଯୁବକ ଜଣଙ୍କ ୩୦ ବର୍ଷୀୟ ହୋଇଥିବାବେଳେ କିଛି ଦିନ ପୁର୍ବରୁ ୟୁଏଇରୁ ଫେରିଥିବା ସୂଚନା ମିଳିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ।

ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ୨୭ ଜୁଲାଇରେ ୟୁଏଇରୁ କୋଝିକୋଡ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ଏହାପରେ ବିମାନ ବନ୍ଦରରେ ତାଙ୍କ ଟେଷ୍ଟିଂ କରାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

Show More

Related Articles

Back to top button