Breaking PLUSଦେଶ ବିଦେଶମୁଖ୍ୟ ଖବର

ମଙ୍କି ପକ୍ସ ଭୂତାଣୁ ଆତଙ୍କ

ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ

ୟୁରୋପ, ୟୁଏସ୍ଏ ସମେତ ଅନ୍ୟାନ୍ୟ ଦେଶରେ ସମ୍ପ୍ରତି ମଙ୍କିପକ୍ସ ଭୂତାଣୁ ଆତଙ୍କ ଖେଳାଇଥିବାବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଭୂତାଣୁ ବିରୋଧରେ ଲଢ଼େଇ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଆଇସିଏମ୍ଆର୍ ମାର୍ଗଦର୍ଶିକା ଅନୁଯାୟୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ସତର୍କ ସୂଚନା ଜାରି କରିବା ସହିତ ଆଇସିଏମ୍ଆର୍‌ର ଅନୁଧ୍ୟାନ ଅନୁଯାୟୀ ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଲକ୍ଷଣ ଦେଖାଗଲେ ସେମାନଙ୍କୁ ସଠିକ୍ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ଚିହ୍ନଟ କରି ଆବଶ୍ୟକୀୟ ରୂପରେଖ ପ୍ରସ୍ତୁତ କରାଯିବ ।

ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ ଏଭଳି କୌଣସି ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଏ, ତେବେ ତୁରନ୍ତ ସେମାନଙ୍କ ନମୁନା ସଂଗ୍ରହ କରି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଇ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍କିପକ୍ସର ମୁକାବିଲା ପାଇଁ ବିଭାଗୀୟ ନିର୍ଦେଶକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଖୁବ୍‌ଶୀଘ୍ର ବୈଠକ ଆୟୋଜନ କରାଯିବା ସହ ସଙ୍ଗରୋଧ, ସଂସ୍ପର୍ଶ, ତଦାରଖ ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ଜରିଆରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Show More

Related Articles

Back to top button