Breaking PLUS

କରୋନା ଭାଇରସକୁ ମାତ ଦେବାକୁ ଆସିଲା ମୋଲନୁପିରାଭିର ବଟିକା

କରୋନା ଭାଇରସ୍ କୁ ମାତ ଦେବାକୁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ । ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ୍ୱାରା ରୋଦୀଙ୍କ ମୃତ୍ୟୁ ଏବଂ ହସ୍ପିଟାଲରେ ଆଡମିଟ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇଦେବ ।

ସେହିପରି କରୋନାରେ ଗୁରୁତର ରୋଗୀ ଏହି ବଟିକାକୁ ଦିନରେ ଦୁଇ ଥର ଖାଇବେ । ବିଶ୍ୱରେ ପ୍ରଥମ ଦେଶ ଭାବେ ବ୍ରିଟେନ ମୋଲନୁପିରାଭିରକୁ ଅନୁମୋଦନ ଦେଇଛି । ଆଜିର ଦିନ ଦେଶ ପାଇଁ ଐତାହାସିକ ଦିନ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ୪ ଲକ୍ଷ ୮୦ ହଜାର ବଟିକା ଅର୍ଡର ୟୁକେ ଅର୍ଡର କରିଛି । ମୋଲନୁପିରାଭିର ବଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷଣରେ ଭଲ ପ୍ରଦର୍ଶନ ମଧ୍ୟ ରହିଛି ।

ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ୭୭୫ ଜଣ ସଂକ୍ରମିତଙ୍କ ଠାରେ ମୋଲନୁପିରାଭିରକୁ ପ୍ରୟୋଗ କରାଯାଇଥିଲା । ସମସ୍ତ ସଂକ୍ରମିତଙ୍କ ଠାରେ ଗୁରୁତର ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । କିନ୍ତୁ ୭.୩ ପ୍ରତିଶତ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ସବୁ ଭାରିଏଣ୍ଟ ବିରୋଧରେ ଏହାର ପ୍ରଭାବଶାଳୀ ପ୍ରଦର୍ଶନ ରହିଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।

Show More

Related Articles

Back to top button