Breaking PLUSଓଡ଼ିଶା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୭ ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୭ ଜଣ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ ଜଣ ସୁସ୍ଥ ହୋଇଛନ୍ତି । ଏହି ନୂତନ ସୁସ୍ଥତା ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୮୮୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର, ଦେବଗଡ଼ରୁ ୧୫-୧୫, ମୟୂରଭଂଜରୁ ୧୩, ରାୟଗଡ଼ା, ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏଁ, ଭଦ୍ରକରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳ, ପୁରୀ, ସମ୍ବଲପୁର ଓ ଯାଜପୁରରୁ ୮-୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୭, ବରଗଡ଼, ନୟାଗଡ଼ରୁ ୬-୬, ଝାରସୁଗୁଡ଼ାରୁ ୩, ଗଂଜାମ, କଳାହାଣ୍ଡିରୁ ୨-୨, ଅନୁଗୁଳ, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button