Breaking PLUSଦେଶମୁଖ୍ୟ ଖବର

ଆଜିଠୁ ବଜାରରେ ଉପଲବ୍ଧ ହେଲା ଜିଓ ଫୋନ ନେକ୍ସଟ

ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେଲା ଜିଓ ଫୋନ ନେକ୍ସଟ । ଜିଓ ଏବଂ ଗୁଗୁଲ ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଆଜିଠୁ ବଜାରରେ ଉପଲବ୍ଧ ହୋଇଛି । ରିଲାଏନ୍ସ ରିଟେଲର ଜିଓମାର୍ଟ ଡିଜିଟାଲ ନେଟଓ୍ୱର୍କରେ ଏହି ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଗ୍ରାହକ ମାନେ ଏହି ଫୋନକୁ ମାତ୍ର ୧୯୯୯ ଟଙ୍କା ଦେଇ ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ ।

ଜିଓ ଫୋନ ନେକ୍ସଟକୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଣ୍ଡଲ କରି ଆକର୍ଷଣୀୟ ଅଫର ଦିଆଯାଇଛି । ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୂରଣ କରିପାରିବେ । କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଣ୍ଡଲ ପ୍ଲାନ ଘୋଷଣା କରାଯାଇଛି । ସେହିପରି ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହି ସ୍ମାର୍ଟ ଫୋନକୁ କିଣିପାରିବେ ।

ଡୁଆଲ ସିମ୍ ସୁବିଧା ରହିଥିବା ଜିଓ ଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି । ଏହାସହ ୨ ଜିବି ରାମ୍, ୬୪ ବିଟ୍ ସିପିୟୁ ସହିତ କ୍ବାଡ଼କୋର କ୍ୟୁଏମ ୨୧୫ ଚିପସେଟ୍ ଏବଂ ୩୨ ଜିବି ଇଣ୍ଟରନାଲ ମେମୋରୀ ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ।

ଜିଓଫୋନ ନେକ୍ସଟରେ କ୍ୟାମେରା ଓ ବ୍ୟାଟେରୀ କ୍ଷମତା ବେଶ ଭଲ ରହିଛି । ୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ଼, ପୋଟ୍ରେଟ ମୋଡ୍ ତଥା ଏଚଡ଼ିଆର ମୋଡ୍ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣୀ ପାଇଁ ସ୍ବତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି । ଏହି ଫୋନରେ ୩୫୦୦ ଏମଏଚର ବ୍ୟାଟେରୀ ରହିଛି । ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଣ୍ଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଜିଓ ଏବଂ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି । ଏଥିସହ ଅଟୋମେଟେଡ୍ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି ।

Show More

Related Articles

Back to top button