Breaking PLUSଖେଳ

ଟି୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ

ଟି ୨୦ ବିଶ୍ୱକପର ଆଜିର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୭୩ ରନ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ଜବାବରେ ମାତ୍ର ୬.୨ ଓଭର ଖେଳି ୨ଟି ଓ୍ୱିକେଟ ହରାଇ ୭୮ ରନ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଅଷ୍ଟ୍ରେଲିଆ । ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଟିମର ଶାଣିତ ବୋଲିଂ ସାମ୍ନାରେ ଧରାଶୟୀ ହୋଇଥିଲା ବାଂଲାଦେଶ । ୧୫ ଓଭରରେ ସମସ୍ତ ଓ୍ୱିକେଟ ହରାଇ ଦଳ ସଂଗ୍ରହ କରିଥିଲା ମାତ୍ର ୭୩ ରନ । ଅଷ୍ଟ୍ରେଲିଆକୁ ଜିତିବାକୁ ୭୪ ରନ ଆବଶ୍ୟକ ଥିଲା । ଆଡମ ଜାମ୍ପାଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲା ବାଂଲାଦେଶ ।

Show More

Related Articles

Back to top button