Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ମଣିପୁର ପ୍ରସଙ୍ଗରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ମଣିପୁରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ- ମୋଦି

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କୁ ପୁଣି ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କୁ ସମ୍ବୋଧନ ବେଳେ ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମଣିପୁରକୁ ନେଇ ବିରୋଧୀ ରାଜନୀତି କରୁଛି । ମଣିପୁରବାସୀଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ବିରୋଧୀ । ମଣିପୁରବାସୀଙ୍କ ସହ ବିରୋଧୀ ବିଶ୍ୱାସଘାତ କରିଛନ୍ତି । ଅନାସ୍ଥା ପ୍ରସ୍ତାବରେ ଆମେ ବିରୋଧୀଙ୍କୁ ହରାଇଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।

Show More

Related Articles

Back to top button