Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା, ନାବାଳିକା କର୍ମଚାରୀ ଥିଲେ ଫସିବେ ବାର୍ ମାଲିକ !

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ । ୨୧ ବର୍ଷରୁ କମ୍‌ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱରରେ ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ ଅବକାରୀ ବିଭାଗ ଚେତିଛି।

ଭୁବନେଶ୍ୱରର ସବୁ ଡ୍ୟାନ୍ସ ବାର୍‌ରେ ରେଡ୍ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି। ଏଥିପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ଯଦି କୌଣସି ଡ୍ୟାନ୍ସ ବାର୍‌ରେ ୨୧ ବର୍ଷ ବୟସରୁ କମ୍‌ ମହିଳା ଥାନ୍ତି, ତା’ହେଲେ ସମ୍ପୃକ୍ତ ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Show More

Related Articles

Back to top button