Breaking PLUSଦେଶମୁଖ୍ୟ ଖବର

ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ତଳକୁ ରେକର୍ଡ

ଜମ୍ମୁ, 9 ଫେବୃଆରୀ- ରାତିରେ ଆକାଶ ନିର୍ମଳ ରହିବା କାରଣରୁ କଶ୍ମୀରର ଭୀଷଣ ଥଣ୍ଡା ଜାରି ରହିଛି । ଏହି କାରଣରୁ ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ତଳକୁ ରହିଛି ।
ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଫେବୃୟାରୀ 14 ଯାଏ ରାତିରେ ଆକାଶ ସଫା ରହିବା ସହ ଶୁଷ୍କ ପାଗ ରହିବା ନେଇ ଆକଳନ କରାଯାଇଛି । ଫଳରେ ଆଗାମୀ 4/5ଦିନ ଯାଏ ଭୀଷଣ ଥଣ୍ଡା ଅନୁଭୂତ ହେବ ।
ଏହାରି ଭିତରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 4.8 ଡିଗ୍ରୀ, ଗୁଲମାର୍ଗରେ ଶୂନ୍ୟରୁ ତଳକୁ 9ଡିଗ୍ରୀ, ପହଲଗାମରେ ଶୂନ୍ୟରୁ ତଳକୁ 10.3 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଜମ୍ମୁ ସହରରେ ସର୍ବନିମ୍ନ ତାପମାତ୍ରା 5.3, କଟରାରେ 5.8, ବଟୋତରେ 3.3, ଭଦ୍ରଭାହରେ ଶୂନ୍ୟରୁ ତଳକୁ 1.6 ଓ ବନିହାଲରେ 2 ଡିଗ୍ରୀ ସେଲସିୟସ ରହିଛି । ଲଦ୍ଦାଖର ଲେହ ସହରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 16.1 ଓ କାରଗିଲରେ ଶୂନ୍ୟରୁ ତଳକୁ 19.8 ରେକର୍ଡ ହୋଇଛି ।

Show More

Related Articles

Back to top button