Breaking PLUSଦେଶମୁଖ୍ୟ ଖବର

ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବା ଉପରେ ଖୁସିବ୍ୟକ୍ତ କଲେ ଶାହ

ନୂଆଦିଲ୍ଲୀ, 9 ଫେବୃଆରୀ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ସବୁଜ କ୍ରାନ୍ତିର ଜନକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦିଆଯିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଶାହ କହିଛନ୍ତି ଯେ, ଆଜୀବନ ଚାଷୀଙ୍କ ପାଇଁ ସମର୍ପିତ ଚୌଧୁରୀ ସାହେବ ଚାଷୀଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଚୌଧୁରୀ ସାହେବ ଜୀବନପର୍ଯ୍ୟନ୍ତ ଗଣତାନ୍ତ୍ରିକ ମୂଲ୍ୟର ସଂରକ୍ଷଣ ପ୍ରତି ସମର୍ପିତ ରହିଥିଲେ ଏବଂ ସେ ଜରୁରୀକାଳୀନ ପରିସ୍ଥିତିକୁ ଦୃଢ ଭାବେ ମୁକାବିଲା କରିଥିଲେ । ସେ ନିଜ ନିଷ୍ପତ୍ତିରେ ପୂରା ଦେଶକୁ ଚାଷୀର ପୁଅ ଦେଶର ଭରଣ-ପୋଷଣରୁ ନେଇ ନୀତିଗତ ନିଷ୍ପତ୍ତି ବି ନେଇପାରେ ବୋଲି କହିଥିଲେ । ତାଙ୍କ ସମ୍ମାନ ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ଓ ପରିଶ୍ରମୀ ଲୋକଙ୍କୁ ସମ୍ମାନିତ କରିବା ପାଇଁ ଶାହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶାହ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ଦେବା ସେହି ମହାନ ରାଜନେତାଙ୍କୁ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅଟେ, ଯିଏକି ଆମ ଦେଶର ଇତିହାସକୁ ଏକ ପ୍ରତିଷ୍ଠିତ ଦୃଷ୍ଟି, ବୃଦ୍ଧି ଓ ରାଜନୈତିକ କୌଶଳର ଆକାର ଦେଇଛନ୍ତି ।
ଆମର ଅର୍ଥବ୍ୟବସ୍ଥାକୁ ସବୁଠୁ ଖରାପ ସମୟରୁ ସୁରକ୍ଷିତ ରୂପରୁ ସମାବେଶୀ ପ୍ରଗତିର ଯୁଗକୁ ନେବାରେ ପିଭି ନରସିଂହା ରାଓଙ୍କ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ ।
ଶାହା କହିଛନ୍ତି ଯେ ସବୁଜ ବିପ୍ଳବର ଜନକ ଏମଏସ ସ୍ୱାମୀନାଥନ ଭାରତର ପ୍ରଗତିର ମୂଳଦୁଆ ପକାଇଥିଲା । ଦେଶ ଏପରି ମହାନ ବ୍ୟକ୍ତିଙ୍କ ପାଇଁ ସର୍ବଦା କୃତଜ୍ଞ ରହିବ। ସେ ତାଙ୍କର ବୈଜ୍ଞାନିକ ପ୍ରତିଭା ସହିତ ଦେଶର ଖାଦ୍ୟ ସଙ୍କଟର ସମାଧାନ କରିଥିଲେ। ଏପରି ବ୍ୟକ୍ତିତ୍ୱକୁ ଭରତ ରତ୍ନରେ ସମ୍ମାନିତ କରିବା ଏକ ଐତିହାସିକ କାର୍ଯ୍ୟ ଅଟେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Show More

Related Articles

Back to top button