ଦେଶମୁଖ୍ୟ ଖବର

ସୁରଜକୁଣ୍ଡ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛି 5କୋଟିର ରାମ ଦରବାର ପେଣ୍ଟିଂ

ଫରିଦାବାଦ, 9 ଫେବୃଆରୀ – 37ତମ ସୁରଜକୁଣ୍ଡ ମେଳାରେ ଭଳିକି ଭଳି ହସ୍ତକଳା ସହିତ ବିଭିନ୍ନ ଉତ୍ପାଦ ଦେଖିବାକୁ ମିଳିଛି । କିନ୍ତୁ ରାମ ଦରବାରର ଏକ ପେଣ୍ଟିଂ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ପେଣ୍ଟିଂର ମୂଲ୍ୟ 5କୋଟି, ମାତ୍ର ଏହାକୁ ବିକ୍ରି କରାଯିବନାହିଁ ।
ଗୁଜରାଟର ଗୋପାଳ ଶର୍ମା ରାମ ଦରବାରର ଏକ ପେଣ୍ଟିଂ ତିଆରି କରିଛନ୍ତି । ଯାହାର ମୂଲ୍ୟ 5 କୋଟି ଟଙ୍କା ରହିଛି କିନ୍ତୁ ସେ ଏହାକୁ ବିକ୍ରି କରିବାକୁ ଚାହୁଁନାହାନ୍ତି । ସେ କହିଛନ୍ତି ଯେ, ଏହି ପେଣ୍ଟିଂରେ ଶ୍ରୀରାମ ନିଜ ରାଜତିଳକ ପରେ ଦରବାରରେ ବିରାଜମାନ କରିଛନ୍ତି ।

Show More

Related Articles

Back to top button