Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ପୁଅ ନାମରେ ଭୁବନେଶ୍ୱରରେ ଅଛି ୪୮ଟି ଫ୍ଲାଟ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ୬କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଅଚଳା ଅଚଳ ସମ୍ପତ୍ତି ଠାବ ହୋଇଛି ।

ତାଲିକାରେ ରହିଛି ବାଲିପାଟଣାରେ ଥିବା ୪୮ଟି ଫ୍ଲାଟ, ଭୁବନେଶ୍ୱରରେ ଦୁଇଟି ଦୁଇ ତାଲା କୋଠା, ନହରକଂଟାରେ ଘର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ୮ଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ସୁନା ଗହଣା, ଏଲଆଇସି ପଲିସି ।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦୁଇ ମହଲା କୋଠା, ଭୁବନେଶ୍ୱର ବାଲିଅନ୍ତାରେ ଆପାର୍ଟମେଂଟ, ବ୍ରହ୍ମପୁର ଅଯୋଧ୍ୟା ନଗରରେ ଘର, ଅଫିସ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ୪୮ଟି ଫ୍ଲାଟ ଆଫାୟାର ଇନଫ୍ରାକମ୍ ଦ୍ୱାରା ନିର୍ମାଣ ହୋଇଛି । ଯାହାର ନିର୍ଦେଶକ ହେଉଛନ୍ତି ରବୀନ୍ଦ୍ରଙ୍କ ପୁଅ ।

Show More

Related Articles

Back to top button