Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପାଳିତ ହେଲା ୬୧ତମ ପୋଲିସ ସହିଦ୍‌ ଦିବସ

ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ପୋଲିସ ସହିଦ୍‌ ଦିବସ ପାଳନ କରାଯାଇଛି। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଅଭୟ ଦିବଙ୍ଗତ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ରାଜ୍ୟ ପୋଲିସ ପକ୍ଷରୁ ୬୧ତମ ପୋଲିସ ସହିଦ୍‌ ଦିବସ ପାଳନ କରାଯାଇଛି। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଅଭୟ ଦିବଙ୍ଗତ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କରୋନା ଡ୍ୟୁଟି ସମୟରେ ସହିଦ୍‌ ହୋଇଥିବା ୪୧ଜଣ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପକ୍ଷରୁ ଦିଆଯାଇଥିବା ଶୋକବାର୍ତ୍ତା ପାଠ କରାଯାଇଥିଲା ।

କଟକ ସମେତ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ମଧ୍ୟ ପୋଲିସ ସହିଦ୍‌ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ କରୋନା କଚକଣା ପାଇଁ ସହିଦ୍‌ଙ୍କ ପରିବାର ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇନଥିଲା |

Show More

Related Articles

Back to top button