Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୧ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଆଜି ରାଜ୍ୟରେ ୧୯୩୧ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୧୧ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଆଜି ରାଜ୍ୟରେ ୧୯୩୧ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୧୧ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫୨ ହଜାର ୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ବର୍ତ୍ତମାନ ସୁଦ୍ଧ ୨୦ ହଜାର ୭୫୦ ଜଣ ରୋଗୀ ରାଜ୍ୟରେ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୨୦, ବାଲେଶ୍ୱର ୭୩, ବରଗଡ଼ ୬୬, ଭଦ୍ରକ ୬୪, ବଲାଙ୍ଗୀର ୬୪, ବୌଦ୍ଧ ୭, କଟକ ୧୫୩, ଦେବଗଡ଼ ୯, ଢେ଼ଙ୍କାନାଳ ୩୫, ଗଜପତି ୯, ଗଞ୍ଜାମ ୨୭, ଜଗତସିଂହପୁର ୫୬, ଯାଜପୁର ୬୭, ଝାରସୁଗୁଡ଼ା ୫୬, କଳାହାଣ୍ଡି ୪୫, କନ୍ଧମାଳ ୪୬, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୬୫, ଖୋର୍ଦ୍ଧା ୨୭୩, କୋରାପୁଟ ୨୯, ମାଲକାନଗିରି ୩୮, ମୟୂରଭଞ୍ଜ ୯୯, ନବରଙ୍ଗପୁର ୬୨, ନୟାଗଡ଼ ୨୩, ନୂଆପଡ଼ା ୪୩, ପୁରୀ ୭୨, ରାୟଗଡ଼ା ୨୫, ସମ୍ବଲପୁର ୩୭, ସୋନପୁର ୩୦, ସୁନ୍ଦରଗଡ଼ ୧୦୪ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button