Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବ୍ରିଜ୍ ଉପରୁ ଖସିପଡିଲା ବସ୍ ୫ ମୃତ, ୩୫ରୁ ଉର୍ଦ୍ଧ୍ୱ ଆହାତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୩୫ ଜଣ ଯାତ୍ରୀ ଗୁରୁତର ଭାବେ ଆହାତ ହୋଇଛନ୍ତି

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୩୫ ଜଣ ଯାତ୍ରୀ ଗୁରୁତର ଭାବେ ଆହାତ ହୋଇଛନ୍ତି । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ଓ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ବସଟି ମଲକାପୁରରୁ ସୁରତ ଅଭିମୁଖେ ଯାଉଥିଲା । ବସରେ ଥିଲେ ୪୦ରୁ ଅଧିକ ଯାତ୍ରୀ । ବିସାରବାଡ଼ି ନିକଟରେ କୋଦଇବାରି ନିକଟରେ ବସଟି ଭାରସାମ୍ୟ ହରାଇ ୪୦ ଫୁଟ୍ ଘାଇ ଭିତରେ ଖସି ପଡ଼ିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତ ଲୋକଙ୍କୁ ସୁରକ୍ଷିତ ଭାବରେ ବସ୍ ଭିତରୁ ବାହାର କରିଥିଲେ । ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button