ସ୍ୱାସ୍ଥ୍ୟ

ଦୁଗ୍ଧ ଯୁକ୍ତ ମିଶିରୀକୁ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହିସବୁ ଲାଭ

ଜାଣନ୍ତୁ କଣ ରହିଛି ଫାଇଦା

ପ୍ରାୟ ସମସ୍ତେ ଘରେ ମିଶିରିର ବ୍ୟବହାର କରି ଥାନ୍ତି l କାରଣ ପେଟ ଗରମ ହୋଇଥିଲେ ଆମେ ମିଶିରୀ ପାଣି ପିଇଥାଉ ଓ ଠାକୁରଙ୍କ ପାଖରେ ମଧ୍ୟ ମିଶିରିର ପ୍ରସାଦ ଲଗାଇଥାଉ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମିସିରି ଅଧିକାଂଶ ଗଁଆମ୍ଭର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ l ଗବେଷକ ମାନଙ୍କ ମତରେ ମିଶିରୀ ସହିତ ଦୁଗ୍ଧ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l ଆଜି ଆସନ୍ତୁ ଜାଣିବା କେଉଁ ସବୁ ରୋଗରୁ ଦୁଗ୍ଧ ଓ ମିଶିରୀ ଆରମ୍ଭ ଦେଇଥାଏ l

* ଆଖିକୁ ସୁସ୍ଥ ରଖିବା ପାଇଁ ଆପଣମାନେ ପ୍ରତେକ ଦିନ ଉଷୁମ ଦୁଗ୍ଧରେ ମିଶିରୀ ପକାଇ ପିଇବା ଆରମ୍ଭ କରନ୍ତୁ l ଦୁଗ୍ଧ ଓ ମିଶିରୀ ଉଭୟ ଆଖି ପାଇଁ ଅମୃତ ଅଟେ l ଯଦି ଆପଣଙ୍କ ଆଖି ତଳ କଳା ହୋଇ ଯାଉଛି ତେବେ ଏହାକୁ ପିଇ ପାରିବେ l

* ଆଜିକାଲି ସମସ୍ତଙ୍କର ଖାଦ୍ୟ ଖାଇବାର ଶୈଳୀକୁ ନେଇ ହଜମ ପ୍ରକ୍ରିୟାରେ ବାଧା ଉପୁଜୁଛି l ପାଚନର ସମସ୍ୟାକୁ ଦୂର କରିବା ପାଇଁ ମିଶିରୀ ଯୁକ୍ତ ଦୁଗ୍ଧ ସେବନ କରିବା ଆବଶ୍ୟକ l ଏହା ଏସିଡିଟିକୁ ଅଟକାଇ ଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୁରକରି ହଜମ ପ୍ରକ୍ରିୟାକୁ ସୁଧାରି ଥାଏ l ଯଦି ଆପଣ ଗ୍ୟାସ ଏସିଡ଼ିଟି ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ଥଣ୍ଡା କ୍ଷୀରରେ ମିଶିରୀ ପକାଇ ସେବନ କରନ୍ତୁ l

* ମିଶିରୀ ଯୁକ୍ତ କ୍ଷୀର ନିଦ୍ରାହୀନତାକୁ ଦୂର କରିଥାଏ l ଯଦି ଆପଣ ନିଦ୍ରା ହୀନତାର ଶିକାର ହେଉଛନ୍ତି ତେବେ ପ୍ରତେକ ଦିନ ମିଶିରୀ ଯୁକ୍ତ କ୍ଷୀର ସେବନ କରନ୍ତୁ ଓ ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଆବଶ୍ୟକ l

* ପାଟିରେ ଯଦି ଆପଣଙ୍କର ଘା ହେଉଛି ତେବେ ମିଶିରୀ ଯୁକ୍ତ ଦୁଗ୍ଧ ସେବନ କରିବା ଉଚିତ l ଏଥିପାଇଁ ଆପଣ ଥଣ୍ଡା ଦୁଗ୍ଧରେ ମିଶିରୀ ମିଶାଇ ଯେକୌଣସି ସମୟରେ ସେବନ କରି ପାରିବେ l

Show More

Related Articles

Back to top button