ଜୀବନଚର୍ଯ୍ୟାଦେଶ ବିଦେଶ

ଘରର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ପ୍ରତିଦିନ ଏହି ୫ଟି କାମ କରନ୍ତୁ

ଯାହା ଦ୍ୱାରା ମିଳିବ ଜୀବନରେ ଶାନ୍ତି ଓ ସଫଳତା

ସକାରାତ୍ମକ ଶକ୍ତିକୁ ନେଇ ବିଶେଷ ମହତ୍ୱ ଆମ ଜୀବନରେ ରହିଥାଏ l ଘରେ ସୁଖ ଶାନ୍ତି ,ଧନ ବୈଭବ ଓ ସୁଖୀ ଜୀବନ ପାଇଁ ସବୁବେଳେ ସକାରାତ୍ମକ ଶକ୍ତିର ଆବଶ୍ୟକତା ରହିଛି l ଯଦି ଆପଣଙ୍କର ଚତୁର୍ପାଶ୍ୱ ସକାରାତ୍ମକ ଶକ୍ତିରେ ଭରପୁର ତେବେ ଅଟକି ଥିବା କାମ ମଧ୍ୟ ହୋଇଯାଏ l ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ରହିଛି ତେବେ ଆପଣଙ୍କ ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ ଓ ଜୀବନରେ ଆସନ୍ତି ଦେଖା ଦେଇଥାଏ l ଯଦି ଆପଣ କିଛି ଅନୁଭବ କରୁଛନ୍ତି ତେବେ ଜାଣନ୍ତୁ ଏହାକୁ ଘରୁ କିପରି ଦୂର କରିବେ l

* ଘର ଭିତରେ ଥିବା ଚ୍ୟାର ଟେବୁଲ ଆଦି ପ୍ରତେକ ଦିନ ସଫା କରିବା ଆବଶ୍ୟକ l କାରଣ ଦରିଦ୍ରତା ନକାରାତ୍ମକ ଉର୍ଜାରୁ ପ୍ରବେଶ କରିଥାଏ l କହାଯାଏ ଯେ ବାସ୍ତୁଶାସ୍ତ୍ର ଅନୁସାରେ ଚ୍ୟାର ଟେବୁଲ ସଫା ରଖିବାର ବିଶେଷ ମହତ୍ୱ ରହିଛି l

* ବସ୍ତୁ ଅନୁସାରେ ଘରେ କେବେବି ଅସନା ଲୁଗାପଟାକୁ ଇଆଡ଼େ ସିଆଡେ ଫିଙ୍ଗିବା ଉଚିତ ନୁହେଁ l ଏହା ଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ l ତେଣୁ ଆସନ ଲୁଗାପଟାକୁ ଗୋଟିଏ ନିର୍ଦ୍ଧିଷ୍ଟ ବାଲ୍ଟି କିମ୍ବା ବାସ୍କେଟରେ ରଖିବା ଉଚିତ l ଯାହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ସବୁଠୁ ସରଳ ଉପାୟ ହେଲା ଘରର ଉତର ପୂର୍ବ ଦିଗରେ ଦୀପ କିମ୍ବା ମହମ ବତୀ ଜଳାଇବା ଆବଶ୍ୟକ l କାରଣ ଏହାର ଆଲୋକ ଜାଳିଲେ ଚାରିଆଡେ ସକାରାତ୍ମକ ଉର୍ଜା ବଢିଥାଏ ଓ ଘରର ଉନ୍ନତି ହୋଇଥାଏ l

* ବାସ୍ତୁ ଅନୁସାରେ ଭଗବାନଙ୍କୁ ପ୍ରାଥନା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ସେଥିପାଇଁ କୁହାଯାଏ ଯେ ପ୍ରତେକ ଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କୁ ଧ୍ୟାନ କରିବା ଦ୍ୱାରା ମନକୁ ଶାନ୍ତି ମିଳିବ ସହିତ ଜୀବନ ଆଲୋକିତ ହୋଇଥାଏ l

* ଘରେ ଗଛ ଲଗାଇବାକୁ ଶୁଭ ଅଟେ ବୋଲି କୁହାଯାଏ l ଗଛ ମାନଙ୍କ ପାଖରୁ ମିଳୁଥିବା ଅମ୍ଳଜାନ ଘରର ବାତାବରଣକୁ ସୁସ୍ଥ କରିବା ସହିତ ନକାରାତ୍ମକ ଶକ୍ତିକୁ ଦୁରେଇ ଦେଇଥାଏ l ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ସହିତ ଅନ୍ୟ ଗଛକୁ ଲଗାଇବା ପାଇଁ ଏହି ଉପାୟ ଅବଲମ୍ବନ କରାଯାଇଛି l

Show More

Related Articles

Back to top button