ସ୍ୱାସ୍ଥ୍ୟ

ଅଧା ରାତ୍ରିରୁ ଆପଣଙ୍କ ନିଦ ଭାଙ୍ଗୁଛି କି?

ଆସନ୍ତୁ ଜାଣିବା ଏହା ପଛର ୬ଟି କାରଣ-

ଯଦି ଆପଣ ଠିକରେ ସୋଇ ପାରନ୍ତି ନାହିଁ ତେବେ ସକାଳୁ ଉଠିଲା ପରେ ମୁଣ୍ଡ ଭାରି ଲାଗିବ ଅନୁଭବ କରିଥାନ୍ତି l ଭଲ ନିଦରେ ଶୋଇବା ସମସ୍ତଙ୍କର ଆବଶ୍ୟକ ,ନହେଲେ ଏହା ଆମର ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରଭାବ ପକାଇଥାଏ l ଦିନକୁ ୭ ରୁ ୮ ଘଣ୍ଟା ଭଲ ନିଦରେ ଆରାମରେ ଶୋଇବା ଆବଶ୍ୟକ l କିନ୍ତୁ ବେଳେବେଳେ ଏପରି ଦେଖା ଯାଇଥାଏ ନିଦ ଲାଗିଥିଲେ ମଧ୍ୟ ଆମେ ଠିକରେ ସୋଇ ନପାରି ରାତିରେ ବାରମ୍ବାର ଉଠିଥାଉ l ଯାହା ଆମର ଦିନଯାକ ହାଲିଆ ଲାଗିବାର କାରଣ ଅଟେ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ପାଖାପାଖି ୪୦ ପ୍ରତିଶତ ଲୋକ ରାତିରେ ନିଦରୁ ବାରମ୍ବାର ଉଠିଥାନ୍ତି l ବିସ୍ତବରେ ଦେଖିବାକୁ ଗଲେ ଆମ ନିଦ ଗଡବଡ ହେବାର କଣ କାରଣ ରହିଛି ସେ ବିଷୟରେ ମନୋ ଚିକିତ୍ସକ ମାନେ ବିଭିନ୍ନ ମତ ଦେଇଥାନ୍ତି ଅଶାନ୍ତୁ ସେ ବିଷୟରେ ଜାଣିବା l

* ଶୋଇବା ଘରର ଅବସ୍ଥା -ମନୋ ବିଜ୍ଞାନୀ ମାନେ କହିଛନ୍ତି ଯେ ରାତି ସମୟରେ ତାପମାତ୍ରାରେ ଅଧିକ ପରିବର୍ତ୍ତନ ଯୋଗୁ ଅସୁବିଧାର କାରଣ ହୋଇଥାଏ l ଏହା ବ୍ୟତୀତ ଆପଣଙ୍କ ଆଖପାଖର କିଛିଟା ଏପରି ପରିସ୍ଥିତି ଯାହା ଆପଣଙ୍କ ନିଦରେ ବାଧା ଉପୁଜାଏ ,ଯେପରି କି ଅସୁବିଧା ଜନକ ବିଛଣା ,ଅଚାନକ ଜୋରରେ ଶବ୍ଦ ଶୁଭିବ ଏବଂ ମଶା କାମୁଡିବା ଇତ୍ୟାଦି ସାମିଲ ରହିଛି l ତେଣୁ ଶୋଇବା ପୂର୍ବରୁ ଏଗୁଡ଼ିକୁ ଧ୍ୟାନ ଦିଅନ୍ତୁ l

* ଶୋଇବା ଅଭ୍ୟାସକୁ ସୁଧାରନ୍ତୁ -ଧୀରେ ଧୀରେ ବୟସ ବଢିବା ସହିତ ନିଦର ଆବଶ୍ୟକତା କମି ଯାଇଥାଏ l ଯଦି ଆପଣ ଦୁଇପହର ସମୟରେ ସୋଉଛନ୍ତି ,ତେବେ ଆପଣ ରାତି ସମୟରେ ଠିକରେ ସୋଇ ପାରିବେ ନାହିଁ ଏବଂ ଆପଣଙ୍କୁ ବ୍ୟସ୍ତ ଲାଗିବ l ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ହୋଇ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବ ଦ୍ୱାରା ମଧ୍ୟ ନିଦକୁ ପ୍ରଭାବିତ କରିଥାଏ l ଯେଉଁ କାରଣରୁ ରାତି ସମୟରେ ଆପଣ ବାରମ୍ବାର ପରିଶ୍ରା ଯାଆନ୍ତି l

 

* ଦେହ ଅସୁସ୍ଥ ରହିବା କାରଣ ଅଟେ -ଏହି ସମସ୍ୟା ବୃଦ୍ଧ ବୟସ୍କ ଓ ଯୁବକ ସମସ୍ତଙ୍କ ପାଇଁ ସମାନ ଅଟେ l କାରଣ ଦେହ ଅସୁସ୍ଥ ଲାଗିଲେ ଆମେ ସ୍ଥିର ହୋଇ ଠିକରେ ଶୋଇ ପାରୁନା l ଯାହା ବାରମ୍ବାର ନିଦ ଭାଙ୍ଗିବାର କାରଣ ହୋଇଯାଏ l ତା ସହିତ ମନ ବ୍ୟସ୍ତ ଲାଗିବା ଓ ବିଭିନ୍ନ ପ୍ରକାରର ଚିନ୍ତା ମୁଣ୍ଡରେ ପଶିବା ଅନ୍ୟ ଗୋଟିଏ କାରଣ ହୋଇଯାଏ l

* ମନୋ ବିଜ୍ଞାନୀ କାରଣ ମଧ୍ୟ ହୋଇପାରେ -ମାନସିକ ଦୁଶ୍ଚିନ୍ତା ହେଉଛି ଅନିଦ୍ରାର ମୁଖ୍ୟ କାରଣ ବୋଲି ଗବେଷକ ମାନେ କହିଛନ୍ତି l ଶରୀର ଓ ମସ୍ତିସ୍କ ରେ ରହିଥିବା ଚିନ୍ତା ଆପଣଙ୍କ ନିଦକୁ ପ୍ରଭାବିତ କରିପାରେ l ଏହି ପ୍ରକାର ବ୍ୟକ୍ତି ମାନେ ସାଧାରଣତଃ ଅବସାଦର ଶିକାର ହୋଇ ଥାନ୍ତି l

* ଆଲୋକହଲ କିମ୍ବା ନିକୋଟିଂର ସେବନ – ମଦ ଶୋଇବାକୁ ସାହାଯ୍ୟ କରି ପରେ ,କିନ୍ତୁ ବେଳେ ବେଳେ ଏହି ମଦ ନିଦ୍ରା ହାନିର ମଧ୍ୟ କାରଣ ହୋଇଯାଏ l ଦୀର୍ଘ ସମୟ ଧରି ଧୂମପାନ କରୁଥିଲେ ମଧ୍ୟ ଏହା ଗୋଟିଏ ଅନିଦ୍ରାର କାରଣ ଅଟେ l ଅଧିକ ଧୂମପାନ କରୁଥିବା ବ୍ୟକ୍ତି ଅନିଦ୍ରାର ଶିକାର ହେବାର କାରଣ ହେଲା ତାଙ୍କ ଶରୀରକୁ ନିକୋଟିଂ ସବୁବେଳେ ଆବଶ୍ୟକ ହୋଇଥାଏ l ତେଣୁ ସେମାନେ ନିକୋଟିଂ କମିବା ଦ୍ୱାରା ଶୋଇ ପାରନ୍ତି ନାହିଁ l

* ଶୋଇବା ସମୟରେ ଫୋନର ବ୍ୟବହାର କରିବା -ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏପରି ରହିଛନ୍ତି ଶୋଇବା ପୂର୍ବରୁ ଫୋନ ଓ ଲ୍ୟପଟପର ବ୍ୟବହାର କରି ଥାନ୍ତି l ଯାହା ଆମ ମାନସିକ ସ୍ୱାସ୍ଥ୍ୟକୁ ଖରପ କରିବାରେ ସହାୟକ ହୋଇଥାଏ l

Show More

Related Articles

Back to top button