Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ

ସକାରାତ୍ମକ, ଗଠନମୂଳକ ଏବଂ ଗଭୀର ଆଲୋଚନା

ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ କୋର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଗତ ଅଗଷ୍ଟ ୧୩ ଓ ୧୪ ତାରିଖରେ ଭାରତୀୟ ସୀମାରେ ଥିବା ଚୁଶୁଲ-ମୋଲଡୋ ସୀମା ବୈଠକ ସ୍ଥଳରେ ୧୯ତମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଚୀନ୍ ସହ ସାମରିକ ଆଲୋଚନା ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ ସେକ୍ଟରରେ ଏଲଏସିରେ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ସକାରାତ୍ମକ, ଗଠନମୂଳକ ଏବଂ ଗଭୀର ଆଲୋଚନା କରିଛନ୍ତି। ବାକି ଥିବା ସମସ୍ୟାଗୁଡ଼ିକୁ ଶୀଘ୍ର ସମାଧାନ କରିବା, କଥାବାର୍ତ୍ତାର ଗତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ଡେପସାଙ୍ଗ ଓ ଡେମଚୋକ ସମେତ ଅନ୍ୟାନ୍ୟ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଚୀନ୍ ଉପରେ ଚାପ ପକାଉଥିବା ବେଳେ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିଥିଲେ। ଏହି ବୈଠକରେ ଏହି ଅଞ୍ଚଳର ସାମଗ୍ରିକ ଉତ୍ତେଜନା ହ୍ରାସ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଆସନ୍ତା ସପ୍ତାହରେ ଦକ୍ଷିଣ-ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହି ବୈଠକର ଗୁରୁତ୍ବ ବଢିଯାଇଛି । କାରଣ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯୋଗଦେବେ।

Show More

Related Articles

Back to top button