Breaking PLUSଦେଶ ବିଦେଶମୁଖ୍ୟ ଖବର

ବୁର୍ଜ ଖଲିଫାରେ ତ୍ରିରଙ୍ଗାର ଚମକ

ତ୍ରିରଙ୍ଗାମୟ ହେଲା ବିଶ୍ୱର ସବୁଠାରୁ ଉଚ୍ଚ କୋଠା

ସାରାଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ଗତକାଲି ସଂଧ୍ୟାରେ ବିଶ୍ବର ଉଚ୍ଚତମ ଟାଓ୍ବାର ଦୁବାଇର ବୁର୍ଜ ଖଲିଫାରେ ଆମର ଜାତୀୟ ପତାକାର ଆଲୋକ ପ୍ରତିରୂପ ପ୍ରଦର୍ଶନ କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠାକୁ ତ୍ରିରଙ୍ଗା ସହ ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଆଲୋକିତ କରାଯାଇଛି ।

ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାରକାରୀ ‘ମୁଫଦ୍ଦାଲ ଭୋରା’ ଏହି ଭିଡିଓକୁ ମାଇକ୍ରୋବ୍ଲଗିଂ ସାଇଟ୍ ରେ ଏହାକୁ ଶେୟାର କରିବା ପରେ ଲୋକମାନେ ତାହାକୁ ବେଶ ପ୍ରସଂଶା କରୁଛନ୍ତି । । ଭାଇରାଲ ଭିଡିଓ ଶେୟାର କରି ସେ ଲେଖିଛନ୍ତି, ‘ବୁର୍ଜ ଖଲିଫାରେ ଆମ ଜାତୀୟ ସଙ୍ଗୀତ ସହ ତ୍ରିରଙ୍ଗା-ଏକ ଗର୍ବର ମୁହୂର୍ତ୍ତ!”

Show More

Related Articles

Back to top button