Breaking PLUSଓଡ଼ିଶାମୁଖ୍ୟ ଖବର

ନଦୀରୁ ମହିଳାଙ୍କୁ ଟାଣିନେଲା କୁମ୍ଭୀର

ଯାଜପୁରରେ ଅଭାବନୀୟ ଘଟଣା

କେନ୍ଦ୍ରାପଡ଼ା ପରେ ଯାଜପୁରରେ କୁମ୍ଭୀର ନେଲା ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ପାଟପୁରରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗାଁର ଜୋସ୍ନା ଜେନା ବିରୁପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ପରେ କୁମ୍ଭୀର ମହିଳାଙ୍କୁ ଆକ୍ରମଣ କରୁଥିବା ଘଟଣା ମୋବାଇଲରେ କଏଦ ହୋଇଛିା

ନଦୀ କୂଳରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛିା ସୂଚନାଥାଉ କି, ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଲଗାତାର ୪ରୁ ଅଧିକ କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା।

Show More

Related Articles

Back to top button