ସ୍ୱାସ୍ଥ୍ୟ

କଲରାରେ ରହିଛି ଅନେକ ଔଷଧୀୟ ଗୁଣ

ତେବେ ଆସନ୍ତୁ ପଢିବା ଓ ଜାଣିବା କଣ ସେଗୁଡିକ

ଆମ ଦୁନିଆରେ ପ୍ରାକୃତିକ ଔଷଧ ଭରି ହୋଇ ରହିଛି ,ଯାହାର ପ୍ରୟୋଗ ଆମକୁ ନିରୋଗୀ ରଖିବାରେ ସାହାଯ୍ୟ କରିଥାଏ l ପ୍ରକୃତି ଆମ ଜୀବନର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ l ତେଣୁ ଆମେ ଆଜି ଏପରି ଗୋଟିଏ ପରିବା ବିଷୟରେ କହିବୁ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରି ନଥାନ୍ତି ,ତାହା ହେଉଛି କଲରା କଲରାରେ ଭିଟାମିନ-ଏ ଓ ସି ଭରପୁର ମାତ୍ରାରେ ଭରି ହୋଇ ରହିଛି l ଯାହା ବିଭିନ୍ନ ରୋଗକୁ ନିରାକରଣ କରିବାରେ ସାହାଯ୍ୟ କରିଥାଏ l

* ପାଚନ ଶକ୍ତିକୁ ମଝବୁତ କରେ -କଲରା ଆମ ପାଚନ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ l କଲରା ସେଵନ କରିବା ଦ୍ୱାରା ବଦହଜମି ଓ ଗ୍ୟାସ ଇତ୍ୟାଦି ଦୂରହୋଇ ଯାଇଥାଏ l

* କଲରା ରେ ମୁଣ୍ଡବିନ୍ଧା ଦୂରହୁଏ -ଯଦି ଆପଣଙ୍କ ମୁଣ୍ଡ କ୍ରମାଗତ ଭାବରେ ବିନ୍ଧି ଚାଲିଛି ତେବେ ମୁଣ୍ଡରେ କଲରା ବାଟି ଲେପ ଲଗାନ୍ତୁ l

* କଲରା ମୋଟାପା କମ କରିଥାଏ -କଲରା ମୋଟାପା କମାଇବାରେ ସାହାଯ୍ୟ କରେ ,କଲରା ରସରେ ଲେମ୍ବୁ ରସ ମିଶାଇ ସେବନ କରିବା ଦ୍ୱାରା ମଧୁମେହ ଓ ମୋଟାପଣରୁ ଆରାମ ମିଳିଥାଏ l

* କଲରା ପକ୍ଷାଘାତ ରୋଗରୁ ଲାଭ ଦେଇଥାଏ -କଲରା ପକ୍ଷାଘାତ ରୋଗ ପାଇଁ ଅତ୍ୟନ୍ତ ଲାଭ ଦାୟକ l ପକ୍ଷାଘାତ ରୋଗୀ ମାନେ  ନିୟମିତ କଲରା ରସ ପିଇବା ଦ୍ୱାରା ପକ୍ଷାଘାତ ରୋଗ ଦୁରେଇ ଯାଇଥାଏ l


* ରୋଗ ପ୍ରତିରୋଧକ କ୍ଷମତ ବଢାଏ -କଲରାରେ ଭିଟାମିନ-ଏ ଓ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି ,ଯେଉଁ କାରଣରୁ କଲରା ଆମ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ବଢ଼ାଇ ଥାଏ l

* ଶ୍ୱାସ ରୋଗକୁ ନିବାରଣ କରେ -କଲରା ଶ୍ୱାସ ରୋଗୀପାଇଁ ଅତ୍ୟନ୍ତ ଲାଭ ଦାୟକ l ଶ୍ୱାସ ରୋଗୀମାନେ ବିନା ମସଲା ଯୁକ୍ତ କଲରା ତରକାରୀ ଖାଇବା ଦ୍ୱାର ଶ୍ୱାସ ରୋଗ ଠିକ ହୋଇଥାଏ l

* କଲରା ଖାଇବା ଦ୍ୱାରା ଭୋକ ବଢିଥାଏ -କଲରାରେ ପ୍ରଚୁର ମାତ୍ରାରେ ଫସଫରସ ରହିଥିବା କାରଣରୁ କଫ ,କୋଷ୍ଠକାଠିନ୍ୟ ଓ ପାଚନ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ l

Show More

Related Articles

Back to top button