ସ୍ୱାସ୍ଥ୍ୟ

ଏହି ଉପାୟରେ ନଡ଼ିଆକୁ ବ୍ୟବହାର କରିବା ଦ୍ୱାରା ଥାଇରଏଡ଼ ଓ ଓଜନ କମିଥାଏ

ଆସନ୍ତୁ ପଢିବା ସେ ବିଷୟରେ-

ନଡ଼ିଆ ଗୋଟିଏ ଏପରି ଫଳ ଯାହା ଆମକୁ ପ୍ରତ୍ୟକ ଋତୁ ରେ ମିଳିଥାଏ l ଏହାକୁ ସମଗ୍ର ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ସମସ୍ତେ ଆଦରର ସହିତ ବ୍ୟବହାର କରିଥାନ୍ତି l କିନ୍ତୁ ଭାରତ ବର୍ଷରେ ଦକ୍ଷିଣ ଭାରତରେ ,ବ୍ୟବହାର ଅଧିକ ହୋଇଥାଏ l ନଡ଼ିଆର ଅନ୍ୟ ନାମ “ଶ୍ରୀଫଳ” ଅଟେ l ଆମ ହିନ୍ଦୁ ଧର୍ମରେ ପ୍ରତ୍ୟକ ପୂଜାରେ ନଡ଼ିଆକୁ ପ୍ରଥମେ ପ୍ରାଧାନ୍ୟ ଦିଅ ଯାଏ l ବିଭାଗର ,ବ୍ରତଘର ,ଗୃହ ପ୍ରବେଶ ସମସ୍ତ ଶୁଭ କାର୍ଯ୍ୟ ସହିତ ଅଶୁଭ କାର୍ଯ୍ୟରେ ମଧ୍ୟ ନଡ଼ିଆର ବ୍ୟବହାର ହୁଏ l ଆପଣ ମାନେ ହୁଏତ ଜାଣି ନଥିବେ ନଡ଼ିଆ ଖାଇଲେ ବିଭିନ୍ନ ରୋଗରୁ ଉପକାର ମିଳିଥାଏ l ନଡ଼ିଆ ଖାଇବା ଦ୍ୱାରା ଆମ ଶରୀରର କି ପ୍ରକାରର ଉପକାର ହୋଇଥାଏ l

* ଥାଇରଏଡ଼ ରୁ ଉପଶମ ଦେଇଥାଏ -ଆଜିକାଲି ଅଧିକ ଲୋକଙ୍କ ପାଖରେ ଥାଇରଏଡ଼ ସମସ୍ୟା ଦେଖାଯାଉଛି l ଥାଇରଏଡ଼ ଦ୍ୱାରା ଗାଲରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏl ବୈଜ୍ଞାନିକ ମାନେ ଅଧୟନ କରି ଜାଣି ପାରିଛନ୍ତି ଯେ ନଡ଼ିଆ ଖାଇବା ଲୋକ ମାନଙ୍କ ପାଖରେ ଥାଇରଏଡ଼ ଦେଖାଯାଏ ନାହିଁ l ତେଣୁ ଏଥିରୁ ଜଣାପଡୁଛି ଯେ ନଡ଼ିଆ ଖାଇବା ଥାଇରଏଡ଼ ରୋଗୀଙ୍କ ପାଇଁ ହିତକର ହୋଇଥାଏ l

* ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇଥାଏ -ନଡ଼ିଆରେ ବ୍ରେନ ବୁଷ୍ଟିଙ୍ଗ ଗୁଣ ଥାଏ l ନଡ଼ିଆରେ ଥିବା ପୌଷ୍ଟିକ ତତ୍ୱ ଆମର ମସ୍ତିସ୍କରେ ଥିବା କୋଷିକା ଗୁଡିକୁ ଜାଗ୍ରତ ରଖିଥାନ୍ତି ଓ ଏହାର ସିଧା ସଳଖ ପ୍ରଭାବ ମସ୍ତିସ୍କ ଉପରେ ପଡିଥାଏ l

* ଓଜନକୁ ନିୟନ୍ତ୍ରଣ ରଖେ -ଆଜିର ଦୁନିଆରେ ମେଦ ବହୁଳତା ସମସ୍ୟା ସହିତ ସମସ୍ତେ ବିଭିନ୍ନ ପ୍ରକାରର ଟିପ୍ସ କୁ ଅନୁସରଣ କରୁଛନ୍ତି l ତାଙ୍କର ପ୍ରଥମ ଚେଷ୍ଟା ରହୁଛି କିପରି ନିଜର ଓଜନକୁ କମେଇବେ ଆପଣ ଜାଣନ୍ତି କି ବୈଜ୍ଞାନିକ ମାନଙ୍କର ଗବେଷଣାରୁ ଜଣ ଯାଇଛି ଯେ ନଡ଼ିଆ ଖାଇବା ଦ୍ୱାରା ଆମର ଓଜନ ନିୟନ୍ତ୍ରଣ ହୋଇଥାଏ l ତେଣୁ ଆମକୁ ପ୍ରତ୍ୟକ ଦିନ ଆମ ଖାଦ୍ୟରେ ନଡ଼ିଆକୁ ସାମିଲ କରିବା ଆବଶ୍ୟକ l

* ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ -ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ହୋଇଥାଏ ତେବେ ଆମେ ଅଧିକାଂଶ ରୋଗରୁ ଦୁରେଇ ରହିଥାଉ l ଏକ ଦୃଢ ରୋଗ ପ୍ରତିରୋଧକ କ୍ଷମତା ଆମ ଶରୀରରେ ଆଣ୍ଟିବଡି ବିକଶିତ କରେ ଓ କୌଣସି ପ୍ରକାର ସଂକ୍ରମଣକୁ ଅଟକାଇ ଥାଏ l ନେସନାଲ ସେଣ୍ଟର ଫର ବାଈଓ ଟେକ୍ନୋଲୋଜି ଅନୁସାରେ ନଡ଼ିଆ ଖାଉଥିବା ଲୋକ ମାନଙ୍କ ମଧ୍ୟରେ ଇମ୍ୟୁନ ସିଷ୍ଟମ ସୁଦୃଢ ରହିଥାଏ l

* ହୃଦୟକୁ ସୁସ୍ଥ ରଖିଥାଏ -ନଡ଼ିଆ ଖାଉଥିବା ଲୋକ ମାନଙ୍କ ମଧ୍ୟରେ ହୃଦୟ ରୋଗର ସମ୍ଭାବନା କାମ ମିଳିଥାଏ l ବୈଜ୍ଞନିକ ମାନଙ୍କ ମତରେ ନଡ଼ିଆରେ କାର୍ଡିଓ ପ୍ରୋଟେକ୍ଟିଭ ଗୁଣ ଅଛି l ଏହା ଦ୍ୱାରା ହୃଦୟକୁ ସୁରକ୍ଷା ଦେବା ପାଇଁ ଏକ ବିଶେଷ ଗୁଣ ମିଳିଥାଏ l ତେଣୁ ଆମ ମାନଙ୍କ ପାଇଁ ନଡ଼ିଆ ଖାଇବା ହିତକର ଅଟେ l

* ପଚାନ ଶକ୍ତି ବଢ଼ାଇ ଥାଏ -ଯଦି ଆମର ପେଟ ସୁସ୍ଥ ନଥାଏ ତେବେ ଆମେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଉ l ତେଣୁ ସର୍ବ ପ୍ରଥମେ ଆମକୁ ଆମର ପାଚନ କ୍ରିୟା କୁ ଠିକ୍ କରିବାକୁ ପଡିବ l ନଡ଼ିଆରେ ଫାଇବର ର ପୋଷକ ତତ୍ୱ ଥିବା ହେତୁ ଆମର ପାଚନ କ୍ରିୟା ସୁଦୃଢ ହୋଇଥାଏ l ତେଣୁ ନଡ଼ିଆ ଖାଇବା ଦ୍ୱାରା ଆମର ପାଚନ ଶକ୍ତି ଠିକ୍ ରେ କାମ କରିଥାଏ l

Show More

Related Articles

Back to top button