ସ୍ୱାସ୍ଥ୍ୟ

ଔଷଧୀୟ ଗୁଣ ଥିବା ଅଦାକୁ କିଛି ଲୋକ ଖାଇବା ଉଚିତ ନୁହେଁ

ତେବେ ଆସନ୍ତୁ ଜାଣିବା କଣ ସବୁ ଅସୁବିଧା ହୋଇଥାଏ

ଶୀତଋତୁରେ ଚାହା ପିଇବା ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି l ଚାହା ପ୍ରେମୀ ମାନଙ୍କ ପାଇଁ ଅଦା ପକା ଚାହା କୌଣସି ବରଦାନ ଠାରୁ କମ ହୋଇ ନଥାଏ l ଅଦାରେ ଥିବା ଆଣ୍ଟିବ୍ୟାକ୍ଟେରିଆ ତତ୍ୱ ଅନେକ ଲୋକଙ୍କୁ ରୋଗରୁ ରକ୍ଷା କରିଥାଏ l କିନ୍ତୁ କିଛି ଲୋକ ମାନଙ୍କ ପାଇଁ ଅଦା ମଧ୍ୟ କ୍ଷତିକାରକ ଅଟେ l କାରଣ ଯେ କୌଣସି ଜିନିଷକୁ ଅଧିକ ସେବନ କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦିଏ l ତେଣୁ କରି ନିମ୍ନ ରକ୍ତଚାପ ରୋଗୀମାନେ ଅଧିକ ଅଦା ଖାଇବା ଉଚିତ ନୁହେଁ l

ନିମ୍ନ ରକ୍ତଚାପ କଣ -ଯଦି କୌଣସି ବ୍ୟକ୍ତିଙ୍କର ରକ୍ତଚାପ ୯୦ ଓ ୬୦ ରୁ କମ ରହିଲା ତେବେ ସେ ନିମ୍ନ ରକ୍ତଚାପ ସମସ୍ୟାରେ ପୀଡିତ ବୋଲି କୁହାଯାଏ l ଏହି ପରିସ୍ଥିତିରେ ମୁଣ୍ଡ ବୁଲାଇବା ,ହୃତ୍ସ୍ପନ୍ଦନ କମ ବେଶୀ ହେବ ଶରୀର ଥଣ୍ଡା ହୋଇଯିବା ,ଠିକରେ ଦେଖା ନଯିବା ଏଗୁଡିକ ସବୁ ନିମ୍ନ ରକ୍ତଚାପର ଲକ୍ଷଣ ଅଟେ l ଏହା ବ୍ୟତୀତ ବେଳେ ବେଳେ ନିମ୍ନ ରକ୍ତଚାପ ରୋଗୀ ମାନଙ୍କର ବାନ୍ତି ,ଥକା ଲାଗିବ ଓ ବେହୋସ ହୋଇଯିବ ସମସ୍ୟା ଦେଖା ଦେଇଥାଏ l

କଣ ପାଇଁ ଅଦା ଖାଇବା ଉଚିତ ନୁହେଁ -ଯେଉଁ ବ୍ୟକ୍ତି ମାନଙ୍କର ରକ୍ତଚାପ କମ ରହୁଛି ସେମାନେ ଅଦା ଖାଇବା ଉଚିତ ନୁହେଁ ଅଧିକାଂଶ ଅଧୟନରୁ ଜଣ ପଡିଛି ଯେ ଅଧିକ ଅଦା ଖାଇବା ଦ୍ୱାରା ରକ୍ତଚାପର ସ୍ତର କମି ଯାଇଥାଏ l ଅଦାରେ ଥିବା ତତ୍ୱ ରକ୍ତକୁ ପତଳା କରିଦେଇଥାଏ ବୋଲି କୁହାଯାଇଥାଏ l ଏହି ପରିସ୍ଥିତିରେ ନିମ୍ନ ରକ୍ତଚାପ ରୋଗୀ ମାନେ ଅଦା ଖାଇବା କ୍ଷତି କାରକ ଅଟେ l

ଅଧିକ ଅଦା ଖାଇବା ଦ୍ୱାରା କଣ ହୋଇଥାଏ – ଅତ୍ୟଧିକ ଅଦା ଖାଇବା ଦ୍ୱାରା ପେଟରେ ଏସିଡ ପ୍ରଡକ୍ସନ ହୋଇ ଏସିଡ଼ିଟି ଓ ଛାତି ପୋଡାର ସମସ୍ୟା ଦେଖା ଦିଏ l ନିମ୍ନ ରକ୍ତଚାପ ରୋଗୀମାନେ କାର୍ବୋ ହାଇଡ୍ରେଡ଼ ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବ ଆବଶ୍ୟକ l ଏହା ବ୍ୟତୀତ ପ୍ୟାକେଟ୍ ଯୁକ୍ତ ଖାଦ୍ୟ ଓ ଫ୍ରୋଜନ ଫୁଡ ଖାଇବା ଉଚିତ ନୁହେଁ l

Show More

Related Articles

Back to top button