Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀର ବଭାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇବା ପରେ ଦମକଳ ବାହିନୀର 22ଟି ଗାଡି ପହଞ୍ଚିଥିଲା । ଏହାପରେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ କେହି ମୃତାହତ ହୋଇନାହାନ୍ତି । ଏବେ କୁଲିଂ ପ୍ରକ୍ରିୟା ଜାରି ରହିଛି ।

ଦମକଳ ବିଭାଗ ପକ୍ଷରୁ ଆରମ୍ଭରେ 4ଟି ଗାଡି ପହଞ୍ଚିଥିଲା । ତେବେ ନିଆଁର ଭୟାବହତାକୁ ଦେଖି 25ଟି ଗାଡି ପଠାଯାଇଥିଲା । ତେବେ ନିଆଁ କାହିଁକି ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ସବୁଠାରୁ ବଡ କଥା ହେଉଛି ନିଆଁ ଲାଗିବା ବେଳେ ଫ୍ୟାକ୍ଟ୍ରିରେ କେହି ଉପସ୍ଥିତ ନଥିଲେ । ଦମକଳ ବିଭାଗ ଅନୁସାରେ ବେସମେଣ୍ଟରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା ଏବଂ ଏହା ତୃତୀୟ ମହଲାକୁ ବ୍ୟାପିଯାଇଥିଲା । ତେବେ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button