Breaking PLUSଦେଶମୁଖ୍ୟ ଖବର

କଶ୍ମୀର ଘାଟିରେ ଶୁଷ୍କ ଶୀତଲହର ଜାରି

ଜମିଲା ନଦୀ ଓ ହ୍ରଦ

ଶ୍ରୀନଗର-କଶ୍ମୀର ଘାଟିରେ ବୁଧବାର ବି ଶୁଷ୍କ ଶୀତଲହର ଜାରି ରହିଛି । ଏହାଯୋଗୁ କଶ୍ମୀର ଘାଟିରେ ଅଧିକାଂଶ ସ୍ଥାନରେ ଜଳସ୍ରୋତ ଜମିଛି ।
କଶ୍ମୀର ଶୁଷ୍କ ଶୀତ ଲହର ଯୋଗୁ ଡାଲ୍, ନିଗିନ, ଭୁଲର ଓ ଅନ୍ୟ ସମସ୍ତ ହ୍ରଦ ଓ ନଦୀର କିଛି ଅଂଶ ଜମିଯାଇଛି । ଅନ୍ୟପଟେ ଜଳଶକ୍ତି ବିଭାଗ ପକ୍ଷରୁ ଜଳ ଅପୂର୍ତ୍ତି ଯୋଜନା ଜରିଆରେ ଲୋକଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦିଆଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ଜାନୁୟାରୀ 4ରୁ6 ତାରିଖ ଯାଏ ବାଦଲ ଛାଇ ରହିବାର ଅନୁମାନ କରାଯାଉଛି । କିଛି ସ୍ଥାନରେ ବର୍ଷା, ବରଫପାତର ସମ୍ଭାବନା ରହିଛି । ବୁଧବାର ଶ୍ରୀନଗର ସହରର ସର୍ବନିମ୍ନ ତାପମାତ୍ରା ମାଇନସ 4.8 ଡିଗ୍ରୀ ସେଲିସିୟମ ରହିଛି । ଗୁଲମର୍ଗ ଓ ପହଲଗାମରେ ତାପମାତ୍ରା ମାଇନସ 308 ଓ ମାଇନସ 6.6 ଡିଗ୍ରୀ ରହିଛି ।

Show More

Related Articles

Back to top button