Breaking PLUSଦେଶମୁଖ୍ୟ ଖବର

କୋଲକାତାର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର 24 ପ୍ରଗଣାର ବୋଡାଇ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଭାଟପାଡାର ଶିଳ୍ପାଞ୍ଚଳରେ ଅନେକ କାରଖାନା ରହିଛି । ତେବେ ଏଥିରୁ ଗୋଟିଏ କାରଖାନାରେ ଅଗ୍ନିକାଣ୍ଡ ଘଟିଛି ।

ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡିନି । କିଛି ଦିନ ତଳେ ଉତ୍ତର 24 ପ୍ରଗଣାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା ।

Show More

Related Articles

Back to top button