Breaking PLUSଦେଶମୁଖ୍ୟ ଖବର

ସିମଡେଗାରେ ନକ୍ସଲଙ୍କ ତୁମୂଳକାଣ୍ଡ, ଜାଳିଦେଲେ ଜେସିବି

ସିମଡେଗା: ଝାଡଖଣ୍ଡର ସିମଡେଗା ଜିଲ୍ଲାରେ ଉଗ୍ରବାଦୀଙ୍କ ତୁମୂଳକାଣ୍ଡ । ସିମଡେଗା ଜିଲ୍ଲାର ବାନୋ ଥାନା ଅନ୍ତର୍ଗତ କନରଭା ରେଲୱେ ଷ୍ଟେସନ ନିକଟରେ ଉଗ୍ରବଦୀମାନେ ରେଳଖଣ୍ଡର ଦୋହରୀକରଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପକ୍ଲେନରେ ନିଆଁ ଲଗାଇ ଦେଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସଶସ୍ତ୍ର ଉଗ୍ରବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି ।

ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ବଟି ଆଦାୟକୁ ନେଇ ପିଏଲଏଫଆଇ ଉଗ୍ରବାଦୀ ଏହି କାଣ୍ଡ ଘଟାଇଥିବାର ଆଶଙ୍କା କରାଯାଉଛି । ତେବେ ତଦନ୍ତ ପରେ ସଠିକ୍ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Show More

Related Articles

Back to top button