Breaking PLUSଦେଶମୁଖ୍ୟ ଖବର

ମଣିପୁରରେ ଚେକିଂ ସମୟରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ: ମଣିପୁରରେ ଥମୁନି ଅଶାନ୍ତି । ତଲାସୀ ଅଭିଯାନ ସମୟରେ ମଣିପୁରରୁ ବିପୁଳ ପରିମାଣର ହତିଆର, ଗୋଳାବାରୁଦ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏନେଇ ମଣିପୁର ପୋଲିସ ସୂଚନା ଦେଇଛି । ରାଜ୍ୟରେ ବିଭିନ୍ନ ସ୍ଥାନା ନାକାବନ୍ଦୀ କରାଯାଇ ଚେକିଂ କରାଯାଉଛି ।

ପୋଲିସର ସୂଚନା ମୁତାବକ, ସୁରକ୍ଷାବଳ ପକ୍ଷରୁ ପଶ୍ଚିମ ଇମ୍ଫାଲ, ପୂର୍ବ-ଇମ୍ଫାଲ, କାଙ୍ଗପୋକପି ଓ ଥୈବଲ ଜିଲ୍ଲାର ସୀମନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କରାଯାଉଛି । ଏହି ଚେକିଂ ସମୟରେ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button