ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବୋହୁ ରୋଗକୁ ପ୍ରତିକାର କରିଥାଏ କଲରା

ତେବେ ଆସନ୍ତୁ ଜାଣିବା କେମିତି ଦୁରକରିବେ କଲରାର ପିତାପଣକୁ

କଲରାର ପିତାପଣକୁ ଦୁରକରି ଛୋଟପିଲା ଓ ବୟସ୍କ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୋଗ କରାଯାଇ ପାରିବ l କଲରାକୁ ଯଦି ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ ତେବେ ଅଧିକାଂଶ ରୋଗରୁ ମୁକ୍ତି ମିଳିବ l ମଧୁମେହ ବ୍ୟତୀତ ପାକସ୍ଥଳୀକୁ ସୁସ୍ଥ ରଖିବା ସହିତ ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ କଲରାର ବ୍ୟବହାର କରାଯାଏ l ମସ୍ତିସ୍କ ପାଇଁ କ୍ୟାଲସିୟମ ଓ ଫସଫରସର ଯେତିକି ଆବଶ୍ୟକତା ରହିଛି ତାହାକୁ ପୁରା କରିବା ପାଇଁ କଲରା ଗୋଟିଏ ଉପଯୁକ୍ତ ପାରିବ ଅଟେ l କଲରାରେ ଫାଇବର ,ଭିଟାମିନ-ବି ,କେରୋଟିନ ,ଭିଟାମିନ-ସି ,ଆଇରନ ,ପୋଟାସିୟମ ଭରପୁର ମାତ୍ରାରେ ରହିଛି ହାଡ ଓ ଗଣ୍ଠି ଯନ୍ତ୍ରଣା ପାଇଁ କଲରାର ବ୍ୟବହାର କରାଯାଇଥାଏ lମଧୁମେହ ରୋଗୀଙ୍କ ପାଇଁ କଲରା ସେବନ କରିବା ଅତ୍ୟନ୍ତ ଆବଶକ୍ୟ ଅଟେ l କଲରା ରକ୍ତରେ ଶର୍କରା ମାତ୍ରାକୁ ସନ୍ତୁଳନ ରଖିଥାଏ l କଲରାରୁ ଚୋପା ଛଡାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ରସ ବାହାର କରି ପାରିବେ l

ଏହି ରସକୁ ଠିକ ମାତ୍ରାରେ ଦିନକୁ ଦୁଇଥର ସେବନ କଲେ ଇନ୍ସୁଲିନ ନେବାକୁ ପଡ଼ିନଥାଏ l କଲରାକୁ ଛୋଟଛୋଟ ଖଣ୍ଡକରି କାଟି ଖରାରେ ଶୁଖାଇ ନିଅନ୍ତୁ l ତାପରେ ଏହି ଟୁକୁଡା ଗୁଡିକୁ ଭଲଭାବରେ ପେଷି ପାଉଡର ବନାଇ ନିଅନ୍ତୁ l ଏହି ଗୁଣ୍ଡକୁ ୩ ରୁ ୬ ଗ୍ରାମ ମଧ୍ୟରେ ନେଇ ସାଧା ପାଣିରେ ସେବନ କରନ୍ତୁ l ଏହିପରି କରିବା ଦ୍ୱାରା ପରିସ୍ରାରେ ଆସୁଥିବା ଶର୍କରାର ମାତ୍ର ଦୂର ହୋଇ ପାରିବ lପରିସ୍ରାରେ ଶର୍କରାର ମାତ୍ର ସେତେବେଳେ ଆସିଥାଏ ଯେତେବେଳେ ରକ୍ତରେ ଶର୍କରାର ମାତ୍ର ବଢ଼ିଯାଇଥାଏ l କଲରାକୁ ଭଲଭାବରେ ଧୋଇ ତାକୁ ଚାରିପଟରୁ ଟିକେଟିକେ କାଟି ଲୁଣ ଲଗାଇ ଦିଅନ୍ତୁ l ତାପରେ ତାକୁ କିଛି ସମୟ ପାଣିରେ ପକାଇ ରଖନ୍ତୁ l ତାପରେ ଆଉଥରେ ପାଣିରୁ କାଢି ଅନ୍ୟ ଏକ ପାତ୍ରରେ ପାଣିରେ ପକାନ୍ତୁ l ଏହିପରି ୩ ରୁ ୪ ଥର କରିବା ଦ୍ୱାରା କଲରାର ପିତାପଣ ଦୂର ହୋଇପାରିବ l ଏପରି କରି ଛୋଟ ପିଲାଙ୍କ ଖାଇବା ପାଇଁ ଉପଯୋଗୀ କରି ପାରିବେ l

Show More

Related Articles

Back to top button