ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ଦୁଇକପ କଫି ପିଇବା ଦ୍ୱାରା ବିଭିନ୍ନ ରୋଗର ଆଶଙ୍କାଠାରୁ ଦୂରେଇ ରହିବେ

କଫିରେ ବେଶ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ଏବଂ ସକ୍ରିୟ ଯୌଗିକ ପଦାର୍ଥ ରହିଛି । କଫିରେ ବହୁ ଲାଭଦାୟକ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ

କଫି ପିଇବା ଦ୍ୱାରା ଲିଭରଗତ ସମସ୍ୟା କମିଯାଇଥାଏ, ଏହା ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ । ସ୍ନାୟୁଗତ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ କଫି ।

କଫିରେ ଉପଯୁକ୍ତ ପରିମାଣର କେଫିନ ରହିଛି । ପ୍ରତ୍ୟେକ କପ କଫିରେ ୮୦ ରୁ ୧୨୦ ମିଲିଗ୍ରାମ କେଫିନ ରହିଥାଏ | ଦୈନିକ ୪୦୦ ମିଲିଗ୍ରାମ କେଫିନ ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ।

ତେବେ ଦୈନିକ ୫୦୦ ରୁ ୬୦୦ ମିଲିଗ୍ରାମ କେଫିନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ଏହା ଆମର ସ୍ନାୟୁତନ୍ତ୍ରିଗୁଡିକୁ ଭାରାକ୍ରାନ୍ତ କରିଥାଏ । ଯାହାଫଳରେ ଅନିଦ୍ରା, ଚିଡଚିଡ଼ ହେବା, ପେଟ ବିନ୍ଧା, ଅନିଶ୍ଚିତତା, ଛୋଟ ଛୋଟ କଥାରେ ଅଧୀର ହୋଇପଡିବା, ମାଂସପେଶୀ କମ୍ପନ ହେବା ଭଳି ସମସ୍ୟା ଦେଖାଦେଇଥାଏ | ତେବେ ପ୍ରତ୍ୟେକ ମଣିଷ ଭିତରେ ଏହାର ଅଲଗା ଅଲଗା ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ |

କଫିରେ ଅତ୍ୟଧିକ ପରିମାଣର ଚିନି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବ୍ଲାକ କଫି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ସକାଳୁ ସକାଳୁ ବ୍ଲାକ କଫି ପିଇଲେ ମେଦ ହ୍ରାସ ପାଇଥାଏ । ବ୍ଲାକ କଫି ଓଜନ ହ୍ରାସରେ ସହାୟକ ହୋଇଥାଏ । କଫି ପିଇବା ଦ୍ୱାରା ପୁରୁଷମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ସମ୍ଭାବନା ୨୦ ପ୍ରତିଶତ କମିଯାଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଗର୍ଭାଶୟ ଜନିତ କ୍ୟାନ୍ସରର ଆଶଙ୍କା ୨୫ ପ୍ରତିଶତ କମିଯାଇଥଏ | ଦିନକୁ ୨ କପ କଫି ପିଇବା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମିଯାଇଥାଏ

Show More

Related Articles

Back to top button