ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ତୁଳସୀ ଗଛକୁ କିପରି ପୂଜା କଲେ ବଢିଥାଏ ଧନ ଓ ସମୃଦ୍ଧି

ଆସନ୍ତୁ ଜାଣିବା-

ସନାତନ ପରମ୍ପରାରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ରତ ଧରାଯାଏ l ଭଗବାନ ବିଷ୍ଣୁଙ୍କ ପ୍ରସାଦ ତୁଳସୀ ବିନା ଅସମ୍ପୂର୍ଣ୍ଣ l ଗୋଟିଏ ତୁଳସୀ ଜୀବନର ସମସ୍ତ ଦୋଷକୁ ଦୂର କରିଥାଏ l ବାସ୍ତୁଶାସ୍ତ୍ରରେ ତୁଳସୀ ଗଛକୁ ସୁଖୀ ଜୀବନର ପ୍ରତୀକ ଭାବରେ ଧରାଯାଏ l ଘରର ଯେକୌଣସି କୋଣରେ ଏହି ବୃକ୍ଷ ରୁହେ ସେଠାକାର ସମସ୍ତ ଦୋଷ ଦୂରହେବ ସହିତ ସକାରତ୍ମକ ସ୍ଥିତି ରହିଥାଏ l ତୁଳସୀ ଗଛ ଔଷଧୀୟ ଗୁଣ ସହିତ ଅନ୍ୟ ପ୍ରକାରର ଲାଭ ମଧ୍ୟ ଦେଇଥାଏ l

* ତୁଳସୀ ଗଛ ଘରର ଐଶାନ୍ୟ କୋଣରେ ଲଗାଇବା ଅତ୍ୟନ୍ତ ଶୁଭ ଦାୟକ l ଏହି କୋଣ ଉତର ଓ ପୂର୍ବ ଦିଗର କୋଣକୁ ବୁଝାଇଥାଏ ,କୁହାଯାଏ ଯେ ଏହି କୋଣରେ ତୁଳସୀ ରହିଲେ ଧାନ ଓ ଆଶର୍ଯ୍ୟା ବଢିଥାଏ l ତା ସହିତ ଘରେ ସକାରତ୍ମକ ସ୍ଥିତି ଉପୁଜି ଥାଏ l

* ଘରର ଅଗଣାରେ ତୁଳସୀ ରହିଲେ ସୌଭାଗ୍ୟ ବଢିଥାଏ l ଅଗଣାର ମଝିରେ ଯଦି ତୁଳସୀ ଗଛ ରହିଛି ତେବେ ଘରର ସଦସ୍ୟ ମାନଙ୍କର ସ୍ମରଣ ଶକ୍ତି ବଢିଥାଏ l

* ଶୁକ ସମୃଦ୍ଧି ପାଇଁ ତୁଳସୀମ ଗଛ ପାଖରେ ସନ୍ଧ୍ୟା ବେଳେ ଘିଅ ଦୀପ ଦେବା ଆବଶ୍ୟକ l

* ତୁଳସୀ ଗଛକୁ ମଙ୍ଗଳବାର ,ରବିବାର ଓ ଏକାଦଶୀ ଦିନ ଏବଂ ଚନ୍ଦ୍ର ଗ୍ରହଣ ,ସୂର୍ଯ୍ୟ ପରାଗ ସମୟରେ ସ୍ପର୍ଶ କରିବା ଉଚିତ ନୁହେଁ l ଏହି ସମୟରେ ତୁଳସୀ ଗଛ ଲଗାଇବା ,ଓପାଡିବା କିମ୍ବା ଅନ୍ୟ ଜାଗାରୁ ଆଣିବା ମଧ୍ୟ ଉଚିତ ନୁହେଁ l

* ତୁଳସୀ ଗଛକୁ ଦେବତାଙ୍କର ଅଂଶ ବୋଲି ଧରାଯାଏ l ତେଣୁ ଏହି ପବିତ୍ର ଗଛର ଚାରିକଡ଼ରେ ପବିତ୍ରତା ରଖିବା ଉଚିତ l ଏହି ଗଛ ନିକଟରେ ଜୋତା ,ଚପଲ ,ଡଷ୍ଟବିନ ଇତ୍ୟାଦି ରଖିବା ଉଚିତ ନୁହେଁ l

* ତୁଳସୀ ଗଛରେ ଏପରି ଗୋଟିଏ ଗୁଣ ରହିଛି ତାହା ହେଲା ଆପଣଙ୍କ ଘରକୁ ଯଦି କିଛି ବିପଦ ଆସିବାକୁ ଥିବା ତେବେ ସେହି ସଂକେତ ପୂର୍ବରୁ ମିଳିଯିବ l ମାନ୍ୟତା ରହିଛି ଯେ ଘରର ସଦସ୍ୟଙ୍କ ଉପରେ ଯଦି କେବେ କିଛି ଅସୁବିଧା ଆସିବାକୁ ଥାଏ ତେବେ ଆପଣ ଯେତେଵ ଯତ୍ନ ନେଲେ ମଧ୍ୟ ଏହି ତୁଳସୀ ବୃକ୍ଷ ସୁଖୀ ଯାଇଥାଏ ,ସୁଖ ଓ ସମୃଦ୍ଧର ସମୟ ଆସିଲେ ଏହା ସବୁଜ ପାତ୍ରରେ ଭାରି ହୋଇ ରହିଥାଏ l

* ସୁଖୀ ଯାଇଥିବା ତୁଳସୀ ଗଛକୁ କେବେବି ଆବର୍ଜନା ବସ୍ତୁରେ ପକାଇବା ଉଚିତ ନୁହେଁ l ବରଂ ତାକୁ କୌଣସି ବହି ଯାଉଥିବା ପାଣିରେ ପକାଇଦେବା ଆବଶ୍ୟକ l

Show More

Related Articles

Back to top button