ଜୀବନଚର୍ଯ୍ୟା

ସଫଳତାର ମନ୍ତ୍ର : ଏହି ୬ଟି କାରଣରୁ ବ୍ୟକ୍ତିକୁ ମିଳିନଥାଏ ଜୀବନରେ ସଫଳତା

ମଣିଷ ଜୀବନରେ ସଫଳତାର ଅନେକ ମହତ୍ୱ ରହିଛି l ଶାସ୍ତ୍ରରେ ଏହି ବିଷୟରେ ଅନେକ ତଥ୍ୟ ଦିଆଯାଇଛି l କାରଣ ସଫଳତା ବିନା ମଣିଷ ଜୀବନ ମ୍ୟଲ୍ୟହୀନ ଅଟେ l ତେଣୁ ଯଦି ଜୀବନରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ୬ ପ୍ରକାରର ଅଭ୍ୟାସ ଠାରୁ ଦୁରେଇ ରହିବାକୁ ପଡିବ l କାରଣ ଯେଉଁ ବ୍ୟକ୍ତି ଜୀବନରେ ଏହିସବୁ ଜିନିଷ ଠାରୁ ଦୁରେଇ ରହିଲା ତେବେ ସେ ମନ ସମ୍ମାନ ଓ ସଫଳତା ହାସଲ କରିଥାଏ

ଶାସ୍ତ୍ରରେ ଏହାକୁ ସଡ଼ରିପୁ କୁହାଯାଏ l

* ବିଦ୍ୱାନ ମାନଙ୍କ ମତରେ ବ୍ୟକ୍ତିକୁ କାମ ବାସନା ଠାରୁ ଦୁରେଇ ରହିବ ଆବଶ୍ୟକ l କାମ ବାସନା ବ୍ୟକ୍ତିର ପ୍ରତିଭାକୁ ନଷ୍ଟ କରିଦେଇଥାଏ ଓ ତାକୁ ତାର ଲକ୍ଷ ପାଖରୁ ମଧ୍ୟ ଦୁରେଇ ରଖିଥାଏ l

*ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ବ୍ୟକ୍ତିର ବଡ ଶତ୍ରୁ ହେଲା ତାର ନିଜର କ୍ରୋଧ l କ୍ରୋଧ ବ୍ୟକ୍ତିକୁ ଠିକ ଓ ଭୁଲ୍ର ଅନ୍ତର ଠାରୁ ଦୁରେଇ ରଖେ l ଏଭଳି ସ୍ଥଳରେ ବ୍ୟକ୍ତି କ୍ରୋଧର ବଶୀଭୂତ ହୋଇ ସଙ୍କଟରେ ପଡିଥାଏ l

*ବିଦ୍ୱାନ ମାନେ କହିଛନ୍ତି ବ୍ୟକ୍ତି ଅହଂକାର ଠାରୁ ଦୁରେଇ ରହିବ ଉଚିତ l କାରଣ ଯେଉଁ ବ୍ୟକ୍ତି ସବୁବେଳେ ଅହଂକାରରେ ବୁଡ଼ିରହେ ସେ ସତ୍ୟତା ଠାରୁ ଦୁରେଇ ରୁହେ l ବିପରୀତ ପରିସ୍ଥିତିରେ ଏଭଳି ବ୍ୟକ୍ତିକୁ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ l

*ଶାସ୍ତ୍ରରେ କୁହାଯାଇଛି ବ୍ୟକ୍ତି ଲୋଭ ଓ ମୋହ ଠାରୁ ଦୁରେଇ ରହିବ ଉଚିତ l ଲୋଭି ବ୍ୟକ୍ତି ଅଧିକାଂଶ ସମୟ ସ୍ୱାର୍ଥପର ହୋଇଯାଏ l ଯେଉଁ କାରଣରୁ ତା ଜୀବନରେ ଶାନ୍ତି ଭଙ୍ଗ ହୋଇଥାଏ l

*ଇର୍ସା ଦୁଃଖକୁ ବୃଦ୍ଧି କରିଥାଏ l ଇର୍ସା ଦ୍ୱାରା ବ୍ୟକ୍ତି ନକାରାତ୍ମକ ଶକ୍ତିରେ ଆବଦ୍ଧ ହୋଇଥାଏ l ଏଭଳି ବ୍ୟକ୍ତି ସଫଳତା ହାସଲ କରିପାରେ ନାହିଁ l

*ବିଦ୍ୱାନ ମାନଙ୍କ ମତରେ ବ୍ୟକ୍ତିକୁ ମୋହ ଠାରୁ ଦୁରେଇ ରହିବ ଆବଶ୍ୟକ l ମୋହ କାରଣରୁ ବ୍ୟକ୍ତି ପାପ କାର୍ଯ୍ୟରେ ସମ୍ପୃକ୍ତ ହୋଇଥାଏ ଓ ତାର ସଫଳତାରେ ବାଧା ଉପୁଜେ l

Show More

Related Articles

Back to top button