ଦେଶ ବିଦେଶସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଆପଣ କମ ପାଣି ପିଉଛନ୍ତି କି ?

ଏହିସବୁ ଜିନିଷକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଓ ଶରୀରକୁ ଡିହାଇଡ୍ରେସନ ଠାରୁ ଦୁରେଇ ରଖନ୍ତୁ

ଏହାର ବିଶେଷଜ୍ଞ ମାନଙ୍କ ମତରେ ଗୋଟିଏ ଦିନରେ ୨ ଲିଟର ପାଣି ପିଇବା ଆବଶ୍ୟକ , କିନ୍ତୁ ପ୍ରତେକ ଦିନ ପ୍ରାୟ ଅଧକାଂଶ ଲୋକଙ୍କ ପକ୍ଷେ ଏତିକି ପାଣି ପିଇବା ସମ୍ଭବପର ହୋଇନଥାଏ l

ଏହି କାରଣରୁ କାହାକୁ ଅଧିକ ସୋସ ଲାଗିଥାଏ ତ କାହାକୁ କମ ଲାଗିଥାଏ l ଏପରି ସ୍ଥଳେ ଗରମ ଦିନରେ ଆମ ଶରୀରାରୁ ଜଳୀୟ ଅଂଶ କମି ଶସୀର ଅସୁସ୍ଥ ହୋଇପଡିଥାଅଏ l ଗବେଷକ ମାନଙ୍କ ମତରେ ନିଜ ଆହାରରେ ଏପରି କେତୋଟି ଖାଦ୍ୟ ସାମିଲ କରିବା ଆବଶ୍ୟକ ଯାହା ପାଣିର ଅଭାବକୁ ଦୂର କରିବ l

*ଗରମ ଦିନେ ଡିହାଇଡ୍ରେସନର ସମସ୍ୟାକୁ ଦୂର କରିବା ପାଇଁ ଦହି ହେଉଛି ସବୁଠୁ ଭଲ ବିକଳ୍ପ l ଅଠରେ ପାଣିର ମାତ୍ରା ୮୫ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ l ଏହା ଶରୀରକୁ ଏଲର୍ଜୀରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ l ଏଥିରେ ପ୍ରୋଟିନ ,ଭିଟାମିନ ଓ କ୍ୟାଲସିୟମର ଗୁଣ ରହିଛି l

*ବ୍ରକୋଲିରେ ୮୯ ପ୍ରତିଶତ ପାଣି ରହିଛି ଓ ଏହା ନିୖଉଟ୍ରିସନ ଭରପୁର ଅଟେ l ଯେଉଁ କାରଣରୁ ଗରମ ଦିନରେ ଏଲର୍ଜୀରୁ ରକ୍ଷା କରିଥାଏ ବ୍ରକୋଲି l ଏହାକୁ ଆପଣ ସାଲାଡ଼ ଭାବରେ ମଧ୍ୟ ଖାଇପାରିବେ l

*ଏମିତିରେ କୁହଯାଏଯେ ଡାକ୍ତରଙ୍କୁ ନିଜଠାରୁ ଦୁରେଇ ରଖିବା ପାଇଁ ପ୍ରତେକ ଦିନ ଗୋଟିଏ ସେଓ ଖାଇବା ଆବଶ୍ୟକ l ସେଓରେ ୮୬ ପ୍ରତିଶତ ଜଳ ରହିଛି , ତା ସହିତ ଏଥିରେ ଫାଇବର ଓ ଭିଟାମିନ “ସି ” ରହିଥିବା କାରଣରୁ ଏହା ଗ୍ରୀଷ୍ମ ଋତୁରେ ପେଟକୁ ସୁସ୍ଥ ରଖିଥାଏ l

*ବନ୍ଧାକୋବି ପତ୍ରରେ ଜଳର ପରିମାଣ ୯୫ ପ୍ରତିଶତ ରହିଛି l ତା ସହିତ ଏଥିରେ ପ୍ରୋଟିନ , ଓ଼ମେଗା ୩ ରହିଥିବା କାରଣରୁ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ ସହିତ ଜଳର କ୍ଷତିକୁ ମଧ୍ୟ ପୁରାଣ କରିଥାଏ l

*ଭାତ ଗ୍ରୀଷ୍ମ ଋତୁରେ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l ଏଥିରେ ୭୦ ପ୍ରତିଶତ ଜଳ ରହିଛି , ତା ସହିତ ଏଥିରେ ଆଇରନ ଓ କାର୍ବୋହାଇଡ୍ରେଡ଼ ମଧ୍ୟ ରହିଛି l ଯାହା ଆପଣଙ୍କର ଖରାଦିନେ ନିହାତି ଆବଶ୍ୟକ , ତେଣୁ ଗରମ ଦିନେ ଭାତ ଖାଇବା ଆମ ଶରୀର ପକ୍ଷେ ନିହାତି ଦରକାର l

Show More

Related Articles

Back to top button