ଦେଶ ବିଦେଶ

ମଦ୍ୟପାନ କରିବା ପରେ କଣ ପାଇଁ ଲୋକମାନେ ଇଂଗ୍ରାଜୀ କହିବା ଆରମ୍ଭ କରନ୍ତି ?

ସାମ୍ନାକୁ ଆସିଲା ଏହାର ବୈଜ୍ଞାନିକ କାରଣ

ଅଧିକାଂଶ ସମୟ କିଛି ଲୋକ ମଦ୍ୟ ପାନ କରିବା ପରେ ଅଚାନକ ଇଂଗ୍ରାଜୀରେ କଥାବାର୍ତା ଆରମ୍ଭ କରିଥାନ୍ତି l ସେମାନେ ସମ୍ପୂର୍ଣ ଭରସାଶିଳ ହୋଇ ବେଧଡକ ଇଂଗ୍ରାଜୀ କହିବା ଆରମ୍ଭ କରି ଦେଇଥାନ୍ତି l ଏହାପରେ ସେମାନେ ପ୍ରତେକ ପ୍ରଶ୍ନର ଉତର ଇଂଗ୍ରାଜୀରେ ଦେବାକୁ ପସନ୍ଦ କରିଥାନ୍ତି l କଣ ଆପଣ ଜାଣିଛନ୍ତି ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ ? ଗୋଟିଏ ଗବେଷଣାରୁ ଗବେଷକ ମାନଙ୍କୁ ଏହି ପ୍ରଶ୍ନର ଉତର ମିଳିଯାଇଛି l

* ନିଶାରେ ବଢ଼ିଯାଇଥାଏ ମନୋବଳ : ଗୋଟିଏ ଗବେଷଣାରୁ ଜଣାପଡିଛିଯେ ମଦ୍ୟ ପାନ କରିବା ଦ୍ୱାରା କିଛି ଲୋକ ଡର ଛାଡି ମନୋବଳ ବଢ଼େଇଦେଇଥାନ୍ତି l ଏହି ଗବେଷଣାରେ ବିଶେଷକରି ଭାରତୀୟ ମାନଙ୍କ ନିକଟରେ ଏହା ଦେଖିବାକୁ ମିଳିଥାଏ l କାରଣ ସେମାନଙ୍କର ମଦ୍ୟ , ଶକ୍ତି ଜାଗ୍ରତ କରିବା ସହିତ ମନୋବଳକୁ ସୁଦୃଢ କରିଥାଏ ବୋଲି ଗବେଷଣାରୁ ଜଣ ପଡିଛି l ତେଣୁକରି ସେମାନେ ଧାଡା ଧଡ଼ ଇଂଗ୍ରାଜୀ କହିବା ଆରମ୍ଭ କରିଦେଇଥାନ୍ତି l

*ବ୍ୟକ୍ତିତ୍ୱରେ ଆସିଥାଏ ପରିବର୍ତନ : ଏହି ଗବେଷଣା ଅନୁସାରେ ଜଣାପଡିଛି ଯେ ମଦ ମଦ୍ୟପ ମାନଙ୍କର ସ୍ମରଣ ଶକ୍ତି ଓ ଦୟାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ଏହି ସମୟରେ ସେମାନଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ ବଦଳି ଯାଏ l ଏପରି ସ୍ଥଳେ ଦେଖା ଯାଏ ଯେ ସେମାନେ ସେହି ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି ଯାହା ସେମାନେ ହୋସରେ ରହି ଦେଖିନଥାନ୍ତି l

*ସେମାନଙ୍କର ପସନ୍ଦ ବଦଳି ଯାଏ : ଗବେଷଣାରୁ ଜଣାପଡ଼ିଲାଯେ ମଦ୍ୟପାନ କରିବା ପରେ କିଛି ଲୋକଙ୍କର ପସନ୍ଦ ବଦଳି ଯାଇଥାଏ , କାରଣ ବିନା ନିଶାରେ ଯେଉଁ କାର୍ଯ୍ୟକୁ କରିବା ପାଇଁ ମନ କରିଥାନ୍ତି , ସେହି କାର୍ଯ୍ୟକୁ କରିବା ପାଇଁ ସେମାନଙ୍କର ସାହସ ହୋଇଥାଏ l ଏପରିକି ସେମାନେ ଜୀବନରେ କେବେ ନାଚି ନଥିଲେ ମଧ୍ୟ ସେ ସମୟରେ ନାଚିବା ସହିତ ଗୀତ ଗାଇବାକୁ ପସନ୍ଦ କରିଥାନ୍ତି l

ତେବେ ଯଦି ଆପଣ କେବେବି କୌଣସି ବ୍ୟକ୍ତିକୁ ମଦ୍ୟପାନ କରିବାପରେ ଏହିସବୁ କାର୍ଯ୍ୟକଳାପ କରିବାକୁ ଦେଖୁଛନ୍ତି ତେବେ ତାକୁ ଉପହାସ କରନ୍ତି ନାହିଁ l ଏହା ପଛର ବୈଜ୍ଞାନିକ କାରଣକୁ ବୁଝିବାକୁ ଚେଷ୍ଟା କରନ୍ତୁ l

Show More

Related Articles

Back to top button