Breaking PLUSଅପରାଧଓଡ଼ିଶାସ୍ୱତନ୍ତ୍ର

ମାଟିତଳୁ ମାନସଙ୍କ ଗଳିତ ଶବ ଉଦ୍ଧାର , ୩ ଅଭିଯୁକ୍ତ ଗିରଫ

ବହୁ ଚେଷ୍ଟା ପରେ ଚାନ୍ଦବାଲି ପୁଲିସକୁ ମିଳିଲା ସଫଳତା

ଭଦ୍ରକ: ଚାନ୍ଦବାଲିରୁ ଅପହରଣ ପରେ, ମାସକ ପରେ ହତ୍ୟା ଘଟଣାର ଗୁମର ଖୋଲିଛି । ଅପହରଣ ଯୁବକର ଗଳିତ ଶବ ଉଦ୍ଧାର କରିବା ସହ  ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତ ଫେବୃଆରୀ ୭ ତାରିଖରେ ନୟାଗଡ଼ ରଣପୁର ଅଞ୍ଚଳର ଗୋଡିପୋଖରୀ ଗ୍ରାମର ମାନସ ସ୍ଵାଇଁ ଚାନ୍ଦବାଲି ଥାନା ଅଧିନସ୍ଥ ପଳାସପୁର ଗ୍ରାମକୁ ଏକ ବାହାଘରରେ ଫଟୋ ଉତ୍ତୋଳନ କରିବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ବରରୁ ୫ ଜଣ ଆସି ମାନସକୁ ପଳାସପୁର ଛକ ନିକଟରୁ ଅପହରଣ କରି ନେଇଥିଲେ । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ୧୪ ତାରିଖରେ ଅଭିଯୋଗ କରାଯାଇଥିଲା । ଚାନ୍ଦବାଲି ଥାନା ଅଧିକାରୀ ଘଟଣାକୁ ଗରୁତ୍ବର ସହ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲେ ।

ଶେଷରେ ବହୁ ଚେଷ୍ଟା ପରେ ଚାନ୍ଦବାଲି ପୁଲିସକୁ ମିଳିଲା ସଫଳତା । ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧୂପାଟଣା ପାହାଡ଼ ନିକଟରୁ ମାନସ ସ୍ଵାଇଁଙ୍କ ଗଳିତ ଶବକୁ ମାଟିତଳୁ ଉଦ୍ଧାର କରିଥିଲା ଚାନ୍ଦବାଲି ପୁଲିସ। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ  ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି ।

Show More

Related Articles

Back to top button