Breaking PLUSଓଡ଼ିଶାଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନ ଉପରେ ରୁଷର କଟକଣା

ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି ।

ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଦିନକୁ ଦିନ ଏହା ଭୟଙ୍କର ହେଉଛି । ଅନ୍ୟପକ୍ଷରେ ରୁଷର ଏହି ଆକ୍ରମଣକୁ ନେଇ ଅନେକ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ କଟକଣା ଲଗାଇଛନ୍ତି । ସେପଟେ ରୁଷର ମିସାଇଲ ମାଡରେ ସୁମିରେ ଶତାଧିକ ଘର ଛାରଖାର ହୋଇଯାଇଛି । ଏହାକୁ ନେଇ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି । ରୁଷ ସେନା ବାହିନୀ ଖାଦ୍ୟ, ପାଣି , ଇନ୍ଧନ ଏବଂ ଔଷଧ ବନ୍ଦ କରିବାଦ୍ୱାରା ଦିନକୁ ଦିନ ସଙ୍କଟ ବଢୁଛି । ସେହିପରି ରୁଷ ୟୁକ୍ରେନ ଲୋକଙ୍କ ଉପରେ ଚାପ ସୃଷ୍ଟି କରି ସହର ଖାଲି କରିବାକୁ ମଧ୍ୟଯୁଗୀୟ କୌଶଳ ଅବଲମ୍ବନ କରୁଛି ବୋଲି ୟୁକ୍ରେନ ଅଭିଯୋଗ କରିଛି । ସେହିପରି ୟୁକ୍ରେନ-ରୁଷ ଲଢେଇ ଯୋଗୁଁ ୨୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡି ସାରିଲେଣି । ଦେଶ ଛାଡିଥିବା ଅଧିକାଂଶ ଲୋକ ହେଉଛନ୍ତି ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି । ଅନ୍ୟପକ୍ଷରେ ଶରଣାର୍ଥୀଙ୍କ ପାଇଁ ଜାତିସଂଘ ହାଇକମିସନର କହିଛନ୍ତି ଯେ ପୁରୁଷମାନେ ଯୁଦ୍ଧ କରୁଛନ୍ତି ଏବଂ ମହିଳାମାନଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡୁଛି ।

Show More

Related Articles

Back to top button